STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ପରିହାସ

ପରିହାସ

1 min
337


ଚାଲୁଣିଟା ଆଜି ପରିହାସ କରି

କହିଲା ଚୁଞ୍ଚି ହେ ଦେଖ

ଏତେ ବଡ଼ କଣା ହୃଦେ ଥିବା ସତ୍ତ୍ବେ 

କେମିତି ନୁହେଁ ବିମୁଖ?

ହସିଦେଲା ସିନା କଥାକୁ ଫିଙ୍ଗିକି

ଚାଲୁଣି ନିଜକୁ ଦେଖି

ଲଜ୍ଜିତ ହୋଇକି ଭାବିଲା ତକ୍ଷଣେ

ମୁହିଁ କି ଅନନ୍ତ ସୁଖୀ?

ଚୁଞ୍ଚି ଓ ଚାଲୁଣି ଦୁହେଁ ଏକାପରି

ରହିଛି କଣା ଦେହରେ

ପରିହାସ କିଏ କରୁଥାଉ ପଛେ

ଆମେ କି କରିବା ବାରେ?

ଛୁଞ୍ଚି ଓ ଚାଲୁଣି ସଦୃଶ ଜଗତେ

ପରିହାସେ ମଜ୍ଜିଯାଇ

ଏ ମଣିଷ ଆଜି ଫିଙ୍ଗୁଛି ସଭିଙ୍କୁ

ସାମାନ୍ଯ ସୁଖଟେ ପାଇଁ।

ବାପାକୁ ପୁଅ ତ ମାଆଙ୍କୁ ବି ଝିଅ

ଭଉଣୀ ଭାଇଙ୍କୁ ଫିଙ୍ଗେ

ପରିହାସ କଲେ ମନ ଓ ହୃଦୟ

ଆନନ୍ଦ ପାଉଛି ସଙ୍ଗେ।

ପରକୁ ଆଙ୍ଗୁଳି ଗେଞ୍ଜିଦେଲେ ଆମ

ନିଜର ଲୁହ କି ଝରେ

ନିଜର ଆଖିକୁ ଆଙ୍ଗୁଳି ଯାଏ କି

ଚେଷ୍ଟା ତ କରିବା ବାରେ?

ବଡ଼ ଅସହିଷ୍ଣୁ ଏ ମଣିଷ ଜାତି

ପରିହାସେ ମଜ୍ଜିଯାଇ

ଭାବୁଛି ନିଜକୁ କହିବାରେ ଗର୍ବ

ମୋର ବିଲକୁଲ୍ ନାହିଁ।

ପରକୁ ଯିଏ ସେ ଗାତ ଖୋଳିଥାଏ

ଆପଣା ଗାତରେ ପଡେ଼

ଏ କଥାକୁ ହେଜି ଯିଏ ଚାଲୁଥାଇ

କାହାକୁ ମୋଟେ ନ ଝାଡେ଼।

ପରିହାସ ନିଶ୍ଚେ ଗର୍ବର ପ୍ରତୀକ

ତଳକୁ ଖସିବା ପାଇଁ

ଏହା ସାଧୁମାନେ ଗୁରୁଜ୍ଞାନ ମଣି

ସତ୍ଯ ଧର୍ମ ବାଟେ ଯାଇ।

ହେ ମୋର ଆତ୍ମୀୟ ଭାଇ ଆଉ ବନ୍ଧୁ

ପରିହାସ ପାଖୁ ଦୂରେ

ରହିବାକୁ ମୋର କୋଟି ନିବେଦନ

ଫିଙ୍ଗିବନି ମୋଟେ ବାରେ।

 


Rate this content
Log in

Similar oriya poem from Abstract