STORYMIRROR

Gangotri Priyadarshini

Abstract Classics Inspirational

3  

Gangotri Priyadarshini

Abstract Classics Inspirational

ପରିହାସ

ପରିହାସ

1 min
248

(( ପରିହାସ ))

ଯେ ମନୁଷ୍ୟ ଯେଉଁ ଗୁଣରେ ଗୁଣୀ

ଅନ୍ୟ କିଏ କାହିଁ ପାରିବ ଖୁଣୀ

ହାତୀ ଭଳି ଚାଲି ବଗ କି ଚାଲିବ

ପରିହାସ ପାତ୍ର ଏଇ ସମାଜ ରେ ହେବ ସେ ଜାଣି!!

ମନୁଷ୍ୟ ସାହାଯ୍ୟ ଜୀବିକା ବୃତ୍ତି

ବୁଝି ସୁଝି କଲେ ହେବ ଉନ୍ନତି

ଅହଂ ମିଥ୍ୟା ଗର୍ବ ଛାଡିଯେ ନର

ପରା ଚର୍ଚ୍ଚା ତ୍ୟାଗୀ ସ୍ବଧର୍ମ କାର୍ଯ୍ୟ ରେ ରଚଇ କୀର୍ତ୍ତି !!

ପର ସ୍ବାର୍ଥ ହାନୀ କରେ ଯେ ନର

ନିଜ ଭବିଷ୍ୟତ ଆପେ ଛାରଖାର

ଅନ୍ୟ ଉପହାସ ବିନା କାରଣେ

ନିର୍ବୋଧ ପରାଏ ନିନ୍ଦୁକ ପାଖେ ମିଥ୍ୟା ଖବର !!

ଦି ଦିନିଆ ଏ ଜୀବନ ରଙ୍ଗ ମଞ୍ଚରେ

ପରିହାସ ପର କ୍ଷତି ତେଜ ଧରା ପରେ

କର୍ମ କୁଶଳ ,ଦୟବାନ ବିବେକି ମନୁଷ୍ୟ

କାଳ କାଳକୁ ନାମ ଗୋଟି ଧନ୍ୟ ହେବ ଏ ବିଶ୍ୱରେ !!

***********



Rate this content
Log in

Similar oriya poem from Abstract