STORYMIRROR

Akshayakumar Dash

Tragedy

3  

Akshayakumar Dash

Tragedy

ପରିଚୟ

ପରିଚୟ

1 min
38


ଜଟିଳ ହେଲେ ଜୀବନ

ଶିଖିବା କ୍ଷୀଣ ହୋଇଯାଏ

ପ୍ରକୃତି ସଦା ଶିଖେଇବା ଶିଖିବାକୁ କହେ

ତାଠାରୁ କିଛି ଶିଖି

ଜୀବନ ସରସ ସୁନ୍ଦର

ଆନନ୍ଦମୟ ହୁଏ ।

କେବେ କେବେ ଅଧିକ ପରିଶ୍ରମ କରି

ମଣିଷ ଅସଫଳ ହୁଏ

ବେଳେବି କମ ଶ୍ରମରେ

ସଫଳ ମିଳେ

ବାସ ଆମେ ସମ୍ପୂର୍ଣ୍ଣ ଓ ସିଦ୍ଧ ଉପାୟ

ଜାଣିବା ଆବଶ୍ୟକ ହୁଏ

ପରିଶ୍ରମ ବିନା ସଫଳ ମିଳେନି ।

ଯଦି ଆମେ ଦୁଃଖରେ ଧ୍ୟାନଦେବ

ସଦା ଦୁଃଖରେ ରହିବା

ସୁଖ ଉପରେ ଧ୍ୟାନଦେବା

ସୁଖରେ କାଳାତିପାତ କରିବା ।

ଈଶ୍ୱର ଙ୍କ କୃପା ସମସ୍ତଙ୍କ ପାଇଁ

ଅଭାବ ଥିଲେ ଦେବ ଦୃଲଭ ମନୁଷ୍ୟ

ଜନ୍ମ ଗ୍ରହଣ କରି ନ ଥାନ୍ତେ।

ମନୁଷ୍ୟ ଜୀବନ ଏକ ଦୋକାନ

ଯୌବନ ଦୋକାନର ଚାବି

ତାଲା ଖୋଲିବା ପରେ

ଗଛିତ ସଉଦା ମାନ ଦେଖୁ

ହୀରାପରି ସତ୍ ଗୁଣ ନା କୋଇଲା ର କୁସଂସ୍କାର।

ଲୋକମାନେ ଶବ୍ଦ କୁହନ୍ତି ନାହିଁ

ସେମାନଙ୍କ ସଂସ୍କାର କୁହେ

ମନୁଷ୍ୟର ଶବ୍ଦ ତାର ସଂସ୍କାର ଠାରୁ ପ୍ରଭାଭିତ।

ଶବ୍ଦ ର ଦାନ୍ତ ନାହିଁ

କିନ୍ତୁ କାଟିଲେ ଆଘାତ ଦିଏ

ଚୋଟ ଏତେ ଗଭୀର ଜୀବନ ଯାଏ

କିନ୍ତୁ ଶବ୍ଦ ର ଘା ଯାଏନାହିଁ

ମଯ୍ୟାଦାରେ ରହି ଭାଷା କହେ ।

ଜୀବନ ଏକ ବୀଣା

ସ୍ୱର ଦେବାର ବାଟ ସ୍ବ ସାଧନା

ନିଜ ଆତ୍ମ ଜାଗୃତି ହିଁ

ମଧୁରତା ଓ କର୍କସତା

ନିଜକୁ ପ୍ରସୂତ କରି

ଜୀବନ ସଙ୍ଗୀତ ଧ୍ୱନିରେ ମଧୁମୟ ହେଉ ।

ପ୍ରତେକ ମହାନ କାର୍ଯ୍ୟରେ

ତିନଟି ଅବସ୍ଥା ଦେଇ ଗତି କରେ

ଉପହାସ ବିରୋଧ ସ୍ୱୀକୃତି

ଯେ କରେ ତାକୁ କରିବାକୁ ଦିଏନି 

ଅନ୍ୟର ଯଶ ମାନ ପ୍ରତିଷ୍ଠା

ସହିପରେନି ଇର୍ଷା

ପରାସ୍ତ ହେଲାପରେ ଉପହାସ ଓ ଇର୍ଷା

ରହିଲା କେବଳ ସ୍ୱୀକୃତି

ଯେମିତି ବାଦଲ ର ଆଢୁଆଳରେ

ସୂର୍ଯ୍ୟଙ୍କ ଅସ୍ତିତ୍ୱ ଲିଭିଯାଏ ନାହିଁ।

ଶ୍ରେଷ୍ଠ କରିଯିବା, ଲୋକ ହସିବେ ଜଳିବେ କିନ୍ତୁ

ଅପଙ୍କର କୀର୍ତ୍ତିର ପ୍ରକାଶ 

ଧୂଆଁ ଘେରାରେ ଲୁଚିଯିବନି

ଏହି ଯାହା କହୁ ଲେଖୁ ବ୍ୟବହାର କରୁ

ଏସବୁ ବାସ୍ତବ ସଂସ୍କାର

ଆମର ଠିକ ପରିଚୟ

ଭିତରର ଭାବ ଓ ବିଚାର

ବାଣୀ ଓ ବ୍ୟବହାରରେ ପ୍ରକଟ

ଭାବ ଆମ ଆନ୍ତରିକ ପରିଚୟ



Rate this content
Log in

Similar oriya poem from Tragedy