STORYMIRROR

Chittaranjan Nanda

Abstract

4  

Chittaranjan Nanda

Abstract

ପରିଚୟ କାହିଁକି ଖୋଜିବା?

ପରିଚୟ କାହିଁକି ଖୋଜିବା?

1 min
354


ଆସେ ମୁଁ ଯେବେ ଏ ଦର୍ପଣ ସାମନାରେ

ସେବେ ପ୍ରଶ୍ନ ଆସେ ମୋର ମନ ଭିତରେ |୧|


ମୁଁ କିଏ, କାହିଁକି ଆସିଛି ଏଇ ସମାଜକୁ

ନିଜର ପରିଚୟ ଜାଣିନି, ଦେବି କାହାକୁ |୨|


ମୁଁ ବାରମ୍ବାର ପ୍ରଶ୍ନ କରିଛି ପରା ନିଜକୁ

ଖୋଜିବାରେ ବ୍ୟସ୍ତ ସଦା ସର୍ବଦା ନିଜକୁ |୩|


ସମୁଦ୍ରରେ ବୁଡି ରହିଥିବା ଏକ ମୋତିକୁ

କାହିଁକି ଖୋଜୁଛି, ପାଇବି କି ତାହାକୁ ? |୪|


ଭୁଲି ଯାଇଛେ ତ ମଣିଷତ୍ୱର ମହତ୍ୱକୁ

ତେବେ କିଆଁ ଖୋଜିବି ମୋର ପରିଚୟକୁ |୫|


ଲୁପ୍ତ ହୋଇ ଯାଇଥିବା ମାନବିକତାକୁ

କାହିଁକି ଖୋଜୁଛି, ପାଇବି କି ତାହାକୁ ? |୬|


ଭାବେ ପରିଚୟ ଅଭାବେ ବଇଆ ନୋହିବା

ଆନନ୍ଦରେ ଏଇ ଜୀବନକୁ ଚାଲ କଟାଇବା |୭|



Rate this content
Log in

Similar oriya poem from Abstract