STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
243


ଭାରତବର୍ଷରେ ପରିବର୍ତ୍ତନଟି

ଉତ୍ସାହିତ ଯହିଁ ଜନତା,

ସବୁକାର୍ଯ୍ୟ ହୁଏ ଡିଜିଟାଲ୍ ଦ୍ବାରା

ଶାସନର ଗୁଞ୍ଜେ ସ୍ବଚ୍ଛତା।

ଦୂର ଭ୍ରଷ୍ଟାଚାର ଶାସନ କଠୋର

ସେବାର ଭାବନା ଗୁଞ୍ଜେ,

ସୁବିଧା ସମାନ ନାହିଁ ଭେଦଭାବ 

ଆନନ୍ଦର ପ୍ରୀତିଟି ପୁଞ୍ଜେ।


ଇଚ୍ଛାଶକ୍ତି ଦୃଢ଼ ଯୁବା ଯୁବତୀଙ୍କ

କରୁଛନ୍ତି ନିର୍ମିତ ବହୁ,

ରାଷ୍ଟ୍ର ହେଉଅଛି ଆତ୍ମନିର୍ଭରଟି

ଆବିଷ୍କାର କରନ୍ତି ସେହୁ।

ଆତ୍ମବିଶ୍ୱାସର ଶକ୍ତି ଆବିର୍ଭାବ

ସାଜିଛି ଏ ନୂଆ ଭାରତ,

ସମ୍ମାନ ବିଶ୍ବରେ ବିଶ୍ବଗୁରୁ ପରି

ଚକ୍ଷୁରେ ଦିଶେ ତା' ସାକ୍ଷାତ।


ଗାଆଁ କହୁଅଛି ବିକାଶ ହେଉଛି

ବିକାଶ ଦିଶୁଅଛି ସାକାର,

ସହର ପରିରେ ସୁବିଧା ଗାଆଁରେ

ଜନତାରେ ଖୁସି ଅପାର।

ସତ୍ୟ କେବେ ଭାଇ ଲୁଚିବ ନାହିଁରେ

ଉନ୍ନତିଟି ଦିଶେ ଏଥର,

ଡିଜିଟାଲ୍ ଦ୍ବାରା ହୁଏ କାରବାର

ଭାରତ ନୂଆରେ ଏ ଆମର।


ଅଗ୍ରଗତି ଏବେ ଶେଷ ବ୍ୟକ୍ତିଙ୍କର

ପରା ଲୋକତନ୍ତ୍ର ମନ୍ତ୍ର,

ଏତେ ଦିନ ପରେ ଆସିଛି ସୁଯୋଗ

ଡିଜିଟାଲ୍ ହେଲାରେ ଶସ୍ତ୍ର।

ଏବେ ସ୍ବାଧୀନତା କରେ ଅନୁଭବ

ଗାଆଁର ଜନତାରେ ଯହିଁ,

ପରି ରାମରାଜ୍ୟ ଶାସନ ରାଷ୍ଟ୍ରର

କରୁଛିରେ ଗର୍ବିତ ତହିଁ।


ଶାସନେ ଯାହାର ମାନବ କଲ୍ୟାଣ

ନାହିଁ ଭେଦଭାବ ଏବେରେ,

ସରକାରୀ ଲାଭେ ନାହିଁ ଭ୍ରଷ୍ଟାଚାର

ଶତ ପ୍ରତିଶତ ପ୍ରାପ୍ତିରେ।

ଆୟୁଷ୍ମାନ ଯୋଜନା ସ୍ବାସ୍ଥ୍ୟ କରୁଛି

ମାଗଣାରେ ଏ ପାଞ୍ଚ ଲକ୍ଷ୍ୟ,

ଶେଷ ବ୍ୟକ୍ତି ଯହିଁ ସ୍ବାସ୍ଥ୍ୟ ହେଉଛନ୍ତି

ବିଶ୍ବଗୁରୁ ହେବାର ସାକ୍ଷ୍ୟ।


ବୃଦ୍ଧା ପେନ୍ସନ୍ ବିଧବା ପେନ୍ସନ୍ 

ମିଳୁଅଛି ଜନଜନଙ୍କୁ,

ମାଗଣା ପାଆନ୍ତି ଅନ୍ନ ଶେଷ ବ୍ୟକ୍ତି

ଦେଉଛିରେ ଶାସନ ତାଙ୍କୁ।

ଅମୃତ କାଳରେ ଆଗମନ ରାଷ୍ଟ୍ରେ

ଆଜି ଜନ ଜନ ପ୍ରସନ୍ନ,

ବ୍ରହ୍ମାଣ୍ଡ ପଟଳେ ଶକ୍ତି ଗୁଞ୍ଜୁଅଛି 

ରାଷ୍ଟ୍ରର ଗୌରବ ଓ ସମ୍ମାନ।


Rate this content
Log in

Similar oriya poem from Abstract