STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

ପରିବେଶ ସୁରକ୍ଷାର ପଥ ଖୋଜିବା

ପରିବେଶ ସୁରକ୍ଷାର ପଥ ଖୋଜିବା

2 mins
387


ଦେଖ ସରକାର ଦ୍ୱାରା କେଡେ ତୀବ୍ର ଗତିରେ

କଟା ହୁଏ ବହୁ ସବୁଜ ସୁନ୍ଦର ଗଛ କେତେରେ ।


ପାଇବାନି ସବୁଜତା ଗଛଲତା ଏବେ ଜଂଗଲରେ

ଜଂଗଲ ବିହିନ ପାହାଡ ପରବତ ସବୁ ଲଣ୍ଡାରେ ।


ଆସେନି ବରଷା ଧାରା ଶ୍ରାବଣ ମାସର ଭିତରେ

ଆସୁ ନାହିଁ ଆଉ ସରବ ଋତୁ ତ ଠିକ ସମୟରେ ।


ଅସନ୍ତୁଳିତ ହୋଇଛି ଆମ ପରିବେଶ ଦେଖ କେତେରେ

ମେଟ୍ରୋଲୋଜି ଖବର ମିଛ ହେଉଛି ଯାହା ଫଳରେ ।


ଅସନ୍ତୁଳିତ ହୋଇଛି ପରିବେଶ, ଅଙ୍ଗାରକାମ୍ଳ ବଢିଯାଏ

ସଂସାରେ ଅମ୍ଳଜାନ ଅଭାବେ ଦେଖ ବିଶ୍ଵ ଥରହର ହୁଏ ।


ଯେତେ ଏବେ ଝରାଏ ବାରି, ଆମରି ବରଷା ରାଣୀ

ସରଂକ୍ଷଣ ଅଭାବେ ଅଯଥାରେ ନଷ୍ଟହୁଏ କେତେ ପାଣି ।


ସରବ ମନେ ଜୀଜ୍ଞାସା ଆସେ ଆମେ କଅଣ କରିବା 

ହସିବ ମାତା ଧରଣୀ ଓ ତତ୍ ସଂଗେ ଆମେ ହସିବା ।


ଆମର କର୍ମ ଯୋଗୁ ଅସନ୍ତୁଳିତ ହୋଇଛି ପରିବେଶ, 

ଏହି ଦୂଷିତ ଅବସ୍ଥା କରିବ ମାନବ ଜାତିର ଧ୍ବଂସ ।


ପ୍ରତି ମଣିଷ ମନେ ନିତି ଦିନ ଚାଲିଛି ଗୋଟିଏ ଚିନ୍ତା 

କିପରି ପାଇବା ସୁସ୍ଥ ପରିବେଶ ଓ ଶାରୀରିକ ସୁସ୍ଥତା ।


ପ୍ରବଳ ଆଲୋଚନା, କେତେ ପାଠୋତ୍ସବ ଓ କବିତା ଗାନା,

କବି, ଲେଖକ, କର୍ମୀ ଓ ପରିବେଶବିତ୍ ମାନଙ୍କ ମନ୍ତ୍ରଣା ।


ଗଭୀର ବିଶ୍ଲେଷଣ ଚାଲିଛି, କିପରି ଭିନ୍ନ ଭିନ୍ନ ଉପାୟରେ

ସୁଧୁରିବ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ।


ଅବସ୍ଥାକୁ ପରଖ କରିବା ଜଳ, ବାୟୁ, ଜୀବ ଜୈବ ବିବିଧତାର 

କେମିତି ହୋଇ ପାରିବରେ ସୁରକ୍ଷା ଏ ବିଶ୍ୱ ପରିବେଶର ।


କିନ୍ତୁ ଦେଖ କିପରି ପୁଂଜିପତିର ପୁଂଜି ନିଶା ବଢି ବଢି ଚାଲିଛି

ଲାଭ ମନୋବୃତ୍ତିରେ ପରିବେଶ ସହିତ ଅତ୍ୟାଚାର ଚଳେଇଛି।


ଜଂଗଲ ଜମି ଖଣି ଉପରେ ଅମାନୁଷିକ ଅତ୍ୟାଚାର ଚାଲିଛି,

ସେଥିଯୋଗୁଁ ଅନେକ ଔଷଧଗଛ ପଶୁ ପକ୍ଷୀ ବିଲୁପ୍ତ ହୋଇଛି।


ବିକାଶନାମେ ବାୟୁ,ଜଳ,ପରିବେଶ ଅବସ୍ଥା ଆଜି ଭଉଣୀଭାଇ

ପରିବେଶ ତୀବ୍ର ଗତିରେ ହୁଏ ଦୂଷିତ, ତାହା କମିବାର ନାହିଁ ।


ମନ କାନନରେ ପୁଂଜିପତି ଫୁଲ ଫୁଟେଇ ପାରୁନି ଖୁସି ଲହର 

କାହିଁକି ମଦତ୍ ଦେବା କୁହ ଜୀବର ନୟନେ ଭରାଇ ଅଶ୍ରୁଝର।


କ୍ଷତ ତ ହେଉଛି, ସବୁ ଜୀବ ଓ ଜିନିଷର ମୂଲ୍ୟ ବି ରହିଅଛି,

ଜୀବନର ମୂଲ୍ୟବୋଧକୁ ଦୃଢ ନକଲେ ମୂଲ୍ୟ ମିଳିବକି କିଛି ।


ଅବସ୍ଥାକୁ ପରଖ କରି ଯଦି ସାମାଜର ସୁଖକୁ ନଦେଖିବା

ଆସନ୍ତା ପିଢ଼ି ପାଇଁ ବିପଦଜନକ ପରିସ୍ଥିତିର ବ୍ୟବସ୍ଥା ପାଇବା।


ନିଜକୁ ନିଜେ ପଚାର ପୁଂଜିପତିକୁ ଜଳ,ଜମି,ଜଙ୍ଗଲ ବିକିବାର

ହେଉନେକି ବଟବଣା ଡାକି ଆଣୁନେ କିବାଟ ଦୂଷିତ ପରିବେଶର।


ନଛାଡିବା ଯଦି ଆମେ ମଣିଷ ସମାଜ,ସରବ ଦୁର୍ଭାଗ୍ୟର ବିଚାର

ବେଳ ଥାଉଁ ଗଛ ଲଗାଇବା ନହେଲେ ସର୍ବନାଶ ହେବ ସରବର ।


Rate this content
Log in

Similar oriya poem from Abstract