Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Action Classics

4  

Satyanarayan Sahoo

Abstract Action Classics

ପରିବାର

ପରିବାର

1 min
309


ବ୍ୟକ୍ତିକୁ ନେଇଣ ଗଢ଼ା ଅନୁଷ୍ଠାନ

ପରିବାର ଅଟେ ସାଧେ ବହୁ କାମ ।


ବ୍ୟକ୍ତିର ବ୍ୟକ୍ତିତ୍ଵ ଗଠନ , ବିକାଶ

ଜୀବନ ଯାପନ ଶୈଳୀ ରେ ଉତ୍କର୍ଷ ।


ଆନୟନ ସାଥେ ଚରିତ୍ର ନିର୍ମାଣ

ବିଭିନ୍ନ କୌଶଳ ବ୍ୟକ୍ତି ପ୍ରଶିକ୍ଷଣ ।


ପ୍ରାପ୍ତ ହୋଇ ଥାଏ ନିଜ ପରିବାରେ

ନିରନ୍ତର ଥାଏ ସମାଜ ସେବାରେ ।


ସମାଜିକ ନୀତି , ଆଦର୍ଶ ସକଳ

ଶିକ୍ଷା କରେ ଶିଶୁ ରହି ଏହା କୋଳ ।


ସୁଖ, ଦୁଃଖ, ଶୋକ ,କୋହ ଭାର

ଦୂରେଇବା ପାଇଁ ହୁଏ ଅଗ୍ରସର ।


ପ୍ରତି ସଦସ୍ୟଏ ସୌହାର୍ଦ୍ୟ ବନ୍ଧନେ

ରତ ଥାନ୍ତି ନିତି ନିଜ ନିଜ କାମେ ।


ଶିଶୁ ଜନ୍ମ ଠାରୁ , ମରଣ ପଯ୍ୟନ୍ତ

ଏହି ଠାରେ କାଳ ବିତାଏ ନିଶ୍ଚିତ ।


ସବୁ ଅନୁଷ୍ଠାନ ଗଠନର ମୂଳ

ସବୁ ଭାବ ଅନୁଭୁତି କେନ୍ଦ୍ର ସ୍ଥଳ ।


ବ୍ୟକ୍ତି ଗତ ହିତ ସମାଜ କଲ୍ୟାଣ

ପାଇଁ ପରିବାର ଗଢ଼ଇ ବିଧାନ ।


ପ୍ରତ୍ୟେକ ସଦସ୍ୟ ନୀତି ଆଦର୍ଶରେ

ସ୍ନେହ , ସହଯୋଗ ଆପଣା ଭିତରେ ।


ରଖି ଚାଲି ଥାନ୍ତି ନିଜ ପରିବାରେ

ଭାବର ଆଦାନ ପ୍ରଦାନ କାର୍ଯ୍ୟରେ ।


ଲିପ୍ତ ହୋଇ ଅନୁଭୂତି ଅନୁଭବ

ବିତରନ୍ତି ପ୍ରତି ସଦସ୍ୟ ଏ ଠାବ ।


ନିଜ ନିଜ ଚିନ୍ତା, କାର୍ଯ୍ୟ ଓ ଦକ୍ଷତା

ପ୍ରତିପାଦନ ରେ ମନେ ତତ୍ପରତା ।


ଦେଖାଇ ସଭିଏଁ ରହି  ଥାନ୍ତି ରତ

ଜୀବନ କରେ ଯେ ମାଧୁର୍ଯ୍ୟ ମଣ୍ଡିତ ।


Rate this content
Log in

Similar oriya poem from Abstract