Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Inspirational Children

3  

Pradipta Sundar Rath

Inspirational Children

ପ୍ରେରଣା ନାମେ କାହିଁ ପ୍ରତାରଣା ଦେଲୁ

ପ୍ରେରଣା ନାମେ କାହିଁ ପ୍ରତାରଣା ଦେଲୁ

1 min
203


ରେ ମନ ...ରେ ମନ ...

  ତୁ ଏ କି କଲୁ...


 ଭାବି ମୁଁ ନିଜର.....

   କହିଥିଲି ତତେ କଥା ହୃଦୟର 

  କରି ତତେ ମୁ ବିଶ୍ୱାସ 

   ଆସିଥିଲି ଧାଇଁ 

  ପାଇବାକୁ ଟିକେ ମୁଁ ସାହାସ

ଶୁଣି ମୋ ହୃଦୟର କୋହ ...

    ଭାବିଥିଲି ଦେବୁ ତୁ ଉତ୍ସାହ...

ରେ ମନ ...ରେ ମନ ...ରେ ମନ ...

 ତୁ ଏ କି କଲୁ.....

ପ୍ରେରଣା .....ନାମେ...କାହିଁ .....ପ୍ରତାରଣା ଦେଲୁ....।।


କହି ମୋ ସବୁ ବିଫଳତା ...

    ଭାବିଥିଲି ଦେଖାଇବୁ ତୁ ନୂଆ ରାସ୍ତା....

  ତୁ ଏ କି କଲୁ.....

 ମୋ ପଥ ବଦଳେଇଦେଲୁ...

ଦେଖାଇ ଭିନ୍ନ ପଥ...

   କହୁ ଏକ ନୁହେଁ ସଫଳତା ପାଇଁ ଅଛି ବହୁ ମନ୍ତ୍ର

  କାହିଁ ତୁ ମୋ ଏକାଗ୍ରତା ଭାଙ୍ଗିଦେଲୁ...???

ସଂଘର୍ଷକୁ ଡରି ....କହରେ ସଫଳତା ମିଳିବ କିପରି ...

   ଧୈର୍ଯ୍ୟ ଅଧ୍ୟବସାୟ ବିନା..

     କହନା 

   ସଫଳତାର ଅଛି କି ଠିକଣା 

    

ରେ ମନ ....ରେ ମନ ...

ତୁ ଏ କି କଲୁ...

ପ୍ରେରଣା.... ନାମେ.....କାହିଁ...ପ୍ରତାରଣା ଦେଲୁ....।।


 ରେ ମନ ...

ଆସିଥିଲି ଧାଇଁ...

   ଟିକେ ତୋ ଠାରୁ ଜାଣିବା ପାଇଁ ...

  କଣ ସବୁ ମୋ ବିଫଳତାର କାରଣ..

    କହି କି ପାରିବୁ 

  ଦେଇ କିଛି ସଂଘର୍ଷ ଭରା ଉଦାହରଣ 


ତୁ ଏ କି କଲୁ..??

ଟିକେ ହସିଦେଇ ...

  କହୁ ଏ ପଥ ବିଫଳତାର...

 ସଂଘର୍ଷ କେବଳ... ସଫଳତା ନାହିଁ..


 ପ୍ରେରଣା ଦେବୁ କହି ...

 ଏପରି ଦେଉ ଉଦାହରଣ 

  ଯେପରି ଏ ସଂଘର୍ଷଠୁ ଦୂରେଇ ...

  ଜୀଉଛନ୍ତି କିପରି ଅନେକ ସଫଳ ଜୀବନ ...


ରେ ମନ ...ରେ ମନ ...ରେ ମନ ...

 ତୁ ଏ କି କଲୁ.....

ପ୍ରେରଣା .....ନାମେ.. କାହିଁ...ପ୍ରତାରଣା ଦେଲୁ....।।



Rate this content
Log in

Similar oriya poem from Inspirational