STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମସ୍ନିଗ୍ଧା

ପ୍ରେମସ୍ନିଗ୍ଧା

1 min
406


ମୋ ସେଇ ଗାଁ ଘର ଆଜିବି ଚାଳ ଛପର 

ଶୀତଳତା ସ୍ପର୍ଶ ଆଉ ହର୍ଷ 

ବିତୁଥାଏ ଦିନ ରାତି ବର୍ଷ ପରେ ବର୍ଷ 

ନଥାଏ ହା ହୁତାଶ ବତାସ 

ରାତିରେ ଚନ୍ଦ୍ର ଓ ଦିନରେ ସୂର୍ଯ୍ୟଙ୍କ ହସ 

ପାଇ ପରଶ ମୋ ଦେହ ସରସ 

ଋତୁ ଆସେ ଯାଏ ଫଗୁଣ ଫୁଲେଇ ହୁଏ 

ମୋ ଗାଁରେ ମାସ ଲାଗେ ଆଶ 

ବସନ୍ତ ଶରତ ଶୀତ ବର୍ଷା ଢାଳେ ଚାଳେ 

ଅମୃତ ବର୍ଷାର ସ୍ନିଗ୍ଧ ପରସ 

ମୋ ଗାଁରେ ଜୁଇ ଯାଇ କେତକୀ ଟଗର କଇଁ 

ଖୁଦୁଡୁକୁଣୀ କରି ଝିଅ ବୋହୂ ହର୍ଷ 

କୃଷ୍ଣଜନ୍ମ ଆସେ ଟୋପି ବାରି ବରଷେ ବ୍ରଜେ 

ମନେପଡେ ଜନ୍ମାଷ୍ଟମୀ କଷ 

ଦେବକୀ ଯଶୋଦା ଦୁହେଁ ମାତା ନନ୍ଦ ବାସୁଦେବ ପିତା 

ପାଇ ଆନନ୍ଦ ପୁତ୍ର ସ୍ପର୍ଶ ହର୍ଷ ରହେ ଯିଏ ଶୀର୍ଷ

ସେଇ ଚାଳ ଛପର ଘର ଗାଁରେ ଭୂସ୍ବର୍ଗ ମୋର 

ଭୁଲାଇ ଦିଏ ରୋଗ ଦୁଃଖ ଶୋକ 

ଭାଇ ବନ୍ଧୁ କୁଟୁମ୍ବ ଦୁଃଖରେ ସୁଖରେ 

ଠିଆ ପାଶେ ଗାଁ ଲୋକ ସବୁଯାକ 

ସ୍ୱପ୍ନ ହୁଏ ପୁରଣ ଗାଁ ଟୁଙ୍ଗିଘରେ ଗୀତା ଭାଗବତ 

ରାମାୟଣ ସହ ଦୁଃଖ ସୁଖ ରାତିଯାକ 

ମୋ ଗାଁ ନଈ ତା ପାହାଡ଼ ପୋଖରୀ ମାଟିମଟାଳେ ବଢ଼ି 

କୃଷକ ସୈନିକ ଦେଶରକ୍ଷକ 

ଆକାଶେ ତ୍ରିରଙ୍ଗା ଉଡନ୍ତା ପକ୍ଷୀ ଗପ ପେଡି କହି ଆଈବୁଢ଼ୀ 

ଦେଖାଏ ଶିଖାଏ ଏକମନ ଗାଁଲୋକ


Rate this content
Log in

Similar oriya poem from Romance