STORYMIRROR

PRABHAS KUMAR MOHAPATRA

Romance

2  

PRABHAS KUMAR MOHAPATRA

Romance

ପ୍ରେମରେ

ପ୍ରେମରେ

1 min
405

କାହିଁକି କେଜାଣି, ମନ ଯେ ମାନୁନି

ଯେତେ ଦେଖିଲେବି ତୋତେ

ବୁଝି ମୁଁ ପାରୁନି ,ଦିବସ ରଜନୀ

ତୋ କଥା ଭାବୁଛି ଏତେ


ହୃଦୟ ମୋହର ,ହୁଏ ଧକ ଧକ

ପାଖକୁ ଯେବେ ତୋ ଗଲେ

କାହିଁକି କେଜାଣି, ଚାହିଁ ମୁଁ ପାରେନି

ତୁ ସମ୍ମୁଖେ ମୋର ଥିଲେ


ନିତି ଆଙ୍କିବାକୁ ,ଇଚ୍ଛା ହୁଏ ମୋର

ଛବି ତୋର ମୋ ତୂଳୀରେ

ଭାବୁ ଭାବୁ କେତେ ,ଲେଖି ଦିଏ ସତେ

ତୋ କଥା ମୁଁ କବିତାରେ


ପଚାରିଲି ଯେବେ ,ମନ କୁ ମୋହର

କାହିଁକି ଏମିତି ହେଉଛି

କହିଲା ସେ ମନ, ପ୍ରେମରେ ପ୍ରଥମ

ମୁଁ ଆଜି ପଡି ଯାଇଛି


ଶୁଣିଲି ମୁଁ ଯେବେ, ହୃଦୟ କଥା ଟେ

ପ୍ରେମରେ ପଡ଼ିଛି ମୁହିଁ

କାହିଁକି କେଜାଣି, ନିଦ ଯେ ଆସୁନି

ନିତି ମୁଁ ରହୁଛି ଚାହିଁ


ପାଗଳ ଭଅଁର, ପରି ବୁଲେ ମନ

ଉଡି ଫୁଲ ରୁ ଫୁଲ କୁ

ଫୁଲର ମାଧୁକୁ, ସାଉଁଣ୍ଟି ରଖୁଛି

ଦୁହେଁ ସାଥେ ପିଇବାକୁ


ପ୍ରେମରେ ପ୍ରଥମ, ଅନୁଭୂତି ନବ

ମୋ ମନେ ଆନନ୍ଦ ଭୋରେ

ସ୍ମୃତି ଯେ ନିଆରା ,ସାଉଁଣ୍ଟୁଛି ପରା

ପଡ଼ିଲି ଯେବେ ପ୍ରେମରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance