ପ୍ରେମରେ
ପ୍ରେମରେ
ବସନ୍ତର ରଙ୍ଗ ମାଖିଲା ଫଗୁଣ
ସେ ମାଖିଲା ପ୍ରେମର ରଙ୍ଗ।
ରଙ୍ଗିନ ଦିଶିଲା ଆଖିରେ ପୃଥିବୀ
ପ୍ରଫୁଲ୍ଲିତ ଅଙ୍ଗ ଅଙ୍ଗ।
ତନୁ ତନିମାରେ ଉକୁଟି ଉଠିଲା
ଲାଜ ଲାଜ ଭୋଲାପଣ।
ସମ୍ଭ୍ରମ ଶିଖିଲା ଆଖିପତା ତାର
ଆଖି କୋଣେ ନିମନ୍ତ୍ରଣ।
ଖୁସିର ରତ୍ନରେ ଧନାଢ୍ୟ ହୃଦୟ
ଅଫୁରନ୍ତ ଇଛାମୟ।
ଚକ୍ଷୁ ଅନ୍ତରାୟ ମରଣର ଭୟ
ଭାବରେ ଅଭାବମୟ।
ଅଳ୍ପ ଅଳ୍ପ ତାର ଦରଶନ ପ୍ରାର୍ଥୀ।
ସ୍ଵଳ୍ପ ସ୍ଵଳ୍ପ କଥା କହି।
ବଶୀକରଣରେ ବଶ୍ୟତା ସ୍ବିକାରେ
ବିଶ୍ଵସ୍ତ ଭାଜନ ହୋଇ।
କବି କଳ୍ପନାରେ ରୂପସୀ ପ୍ରିୟାର
ସାନିଧ୍ୟ ଆଶାୟୀ ହୋଇ।
ଏକ ଦିନ ଏକ ଯୁଗ ସମ ବିତେ
ଦର୍ଶନ ଲାଳସା ନେଇ।
ମାଧବୀ ପଟେଲ।