Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Romance

3  

Pravatirani Mohanty

Romance

ପ୍ରେମରେ ପୁଲକ

ପ୍ରେମରେ ପୁଲକ

1 min
189


ଅତୀତ ହଜାଇ ସମୟ ବେଳାରେ

  ରହି ଯାଏ କିଛି ଚିହ୍ନ,

ପ୍ରୀତିର ସୁନେଲି କିରଣରେ ଦିଶେ

  ମୋ ମନେ ଆକାଶ ଜହ୍ନ।


ଜହ୍ନଁରେ କଳକଂ ରହିଥିଲେ ଆଉ

  ଢାଳେ ଶୀତଳ ଯୋଛନା,

ମଧୁଝରା ଏହି ରାତ୍ରିର ସପନ

   କରେ ମୋତେ ଆନମନା।


ନ ଥିଲେ ନ ଥାଉ ରୂପର ମହକ

    ମନ କୋମଳ ସୁନ୍ଦର,

କେବେ ଗଢୁଥାଏ କେବେ ଭାଗଂଥାଏ

   ଭାବନା ତା ଅବାନ୍ତର।


ଅନ୍ତଃସ୍ୱର ସ୍ରୋତ ଫଲଗୁର ଧାରା

   ଧୀରେ ଧୀରେ ଯାଏ ବହି,

ଏହି ଶଦ୍ଦ ଆଣେ ପ୍ରେମରେ ପୁଲକ

   ତନୁମନ ସିହରାଇ।


Rate this content
Log in

Similar oriya poem from Romance