ପ୍ରେମରେ ପ୍ରେମରେ
ପ୍ରେମରେ ପ୍ରେମରେ
ଜୀବନ ଟା ଅଟେ ଏକ ବାଲିଘର
ଅଧାରୁ ଭାଙ୍ଗିଲା ମୋ ସ୍ବପ୍ନ ର ଘର
ଶୁଆ ଶାରୀ ପରି ଯୋଡ଼ି ବାନ୍ଧି ଥିଲେ
ଡୋରି କୁ ଛିଡେଇ ଚାଲିଗଲ ଦୂରେ ।
ପ୍ରେମ ଶବ୍ଦଟି ଦୁଇଟି ଅକ୍ଷର
ଏହାର ମହତ୍ତ୍ଵ କେତେ ଯେ ଗହୀର
ପ୍ରଥମ ଦେଖାରେ ପ୍ରେମ ତ କରିଲ
ଆଖିରେ ଆଖିରେ ହୃଦୟ ଜିଣିଲ ।
ପ୍ରେମ ନିବେଦନ କାଗଜେ କରିଲ
ଉତ୍ତର ପାଇଁ କି ପାଗଳ ସାଜିଲ
ନିରବତା ଭାଙ୍ଗି ହଁ ଟିଏ କଲି
ବନ୍ଧନ ପାଇଁ କି ପ୍ରତିଶ୍ରୁତି ଦେଲି ।
ପ୍ରେମ ପକ୍ଷୀ ହୋଇ ଆକାଶେ ଉଡିଲେ
ସ୍ବପ୍ନ ର ମହଲ ଗଢି ତ ଚାଲିଲେ
ଜୀବନ ଯାତ୍ରା ରେ ଛନ୍ଦିଣ ହୋଇଲେ
ପ୍ରେମ ର ଆନନ୍ଦ ସାଉଁଟି ଘାଣ୍ଟିଲେ ।
ଜୀବନ ସତ୍ୟ ରେ ତୁମେ ଭାସି ଗଲ
ଅଧା ବାଟରେ ମୋ ହାତକୁ ଛାଡ଼ିଲ
ଆମ ପ୍ରେମ କାହାଣୀ କୁ ସାଉଁଟି ଚାଲିଛି
ହୃଦୟ ପେଡ଼ି ରେ ସଜାଇ ରଖୁଛି ।

