ନୀଳକଇଁ ଏବେ କାନ୍ଦୁଛି କୁହୁଳି
ଜହ୍ନ ଯେଣୁ କହେ ତା ନାଁରେ ମିଛ
ଗଢେ ବାଲିଘର ତୋଳେ ଜଉଘର
ଶୁଣି ଜହ୍ନ ମନ କଥା ସତ ନା ମିଛ
ନୀଳକଇଁ ସିନା ପଢୁଛି ଲେଖୁଛି ପହେଳି
ଜାଣିପାରୁନି ସେ ଆଗ ନା ପଛ
ଆଜିଯାଏଁ ତେବେ ସାହିତ୍ୟିକମାନେ
ମନେ ଦେଖାଇ ଆକାଶକଇଁଆଁ ଚିଲିକାମାଛ
ନୀଳକଇଁ ତାର ନୀଳ ବିଶ୍ୱାସରେ
ଭାବିନାହିଁ କେଵେ ନିଜ ସ୍ଥିତି ଆଗ କି ପଛ
ଶୁଭୁଥିଲା ଜହ୍ନ ଡାକୁଛି ନୀଳକଇଁ କୋଉଠି ଅଛ
ଏତେ ସତ ମିଛ ଥିଲା ଯଦି ଜହ୍ନ ମନେ
କିଆଁ ନୀଳକଇଁ କାଟିବ ପୁଛ
ସବୁ ସେଇ ଜହ୍ନ ପାଇଁ ଜହ୍ନ ରାଣ ଦେଇ
କେମିତି କହୁଛି ଶହେରୁ ଶହେ ମିଛ
ନୀଳ କଇଁ ଜାଣେ ଆକାଶରେ ଜହ୍ନ ପରିବାର
ଜହ୍ନ ନିଜେ ତା ପାଇଁ କରିଛି ତୁଛ
ଏବେ ଏବେ ଯେବେ ପୁନେଇଁ ଉଆଁସେ
ଉଠ ବସ କହି କହେ କଇଁ ସବା ପଛ
ଡର ଭୟ କାହାକୁ ଇଶ୍ୱର ଅଛନ୍ତି ଚଉବାହାକୁ
ନୀଳକଇଁ କହେ ନା ପେଲିଦେଲି କଲିକତାକୁ
ଜହ୍ନ ମନ କଥା ସବୁତ ମିଛ ସେ ନିଜେ ସ୍ୱଛ