STORYMIRROR

Suresh chandra Padhy

Romance

3  

Suresh chandra Padhy

Romance

ପ୍ରେମରେ ଜୀବନ

ପ୍ରେମରେ ଜୀବନ

1 min
165


ପ୍ରେମ କରିବା ପାପ ନୁହେଁ କି ଅପରାଧ ନୁହେଁ

ପ୍ରେମ ହିଁ ଜୀବନ ପ୍ରେମ ହିଁ ସ୍ୱପ୍ନ ପ୍ରେମ ବିନା କିଛି ନୁହେଁ

ପ୍ରେମ ବିନା ଜୀବନ ହୁଏ ନିରର୍ଥକ

ପ୍ରେମ କରି ହୁଏ ଜୀବନ ସାର୍ଥକ

ପ୍ରେମ ଦେହ ର ସୁଖ ପାଇଁ ନୁହେଁ

ପ୍ରେମ ହୁଏ ବଞ୍ଚିବା ପାଇଁ

ପ୍ରେମ ଛଳନା କି ଯାତନା ନୁହେଁ

ପ୍ରେମ ହୁଏ ନିବିଡ଼ ସମ୍ପର୍କ ପାଇଁ

ପ୍ରେମ ଦୁଇ ମନ ଯୋଡି ଦିଏ

ପ୍ରେମ ରେ ମଣିଷ ସବୁ ଭୁଲି ଯାଏ

ପ୍ରେମ ବିନା ସୃଷ୍ଟି ରହିବ ନାହିଁ

ପ୍ରେମ ହୁଏ ଭଲ ପାଇବା ପାଇଁ

ପ୍ରେମ ରେ ସଂସାର ହୋଇ ଯାଏ

ପ୍ରେମ ବିନା ସମ୍ପର୍କ ଭାଙ୍ଗି ଯାଏ

ପ୍ରେମ ହିଁ ସତ୍ୟ ପ୍ରେମ ହିଁ ଶିବ 

ପ୍ରେମ ହିଁ ସୁନ୍ଦର

ପ୍ରେମ ରେ ଶାନ୍ତି ପ୍ରେମ ରେ ଭକ୍ତି ପ୍ରେମ ରେ ମିଳେ ଶକ୍ତି

ପ୍ରେମ କୁ ନେଇ ଜଗତ ପ୍ରେମ ରେ ମଣିଷ ଜାଗ୍ରତ

ପ୍ରେମ ବିନା କିଛି ନାହିଁ ପ୍ରେମ ହୁଏ ସାତ ଜନ୍ମ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance