Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Romance

3  

Pravatirani Mohanty

Romance

ପ୍ରେମରେ ଛଳନା

ପ୍ରେମରେ ଛଳନା

1 min
175


ସହି ହେଉ ନାହିଁ କହି ହେଉ ନାହିଁ

ଲିଭାଇ ପାରୁନି ଦୁଃଖର ଦାଉ।


ବ୍ୟାକୁଳତା ପ୍ରାଣ ଜୀବନ ଝଡରେ

ଅନ୍ଧାରରେ ପଥ ନ ଦିଶେ ଆଉ।


ପ୍ରେମରେ ଛଳନା ବୁଝିପାରେ ନାହିଁ

ହାତ ବଢାଇଲେ ପାରେନା ଧରି।


ଛଳନା ଜାଲରେ ଗୋଡ ଛନ୍ଦି ହୁଏ

ଟଳମଳ ହୁଏ ଜୀବନ ତରୀ।


ଭାସିଯାଏ ଏଠି ସମୟ ସୁଅରେ

ଜୁଆର ବୁଡାଇ ମାରୁଛି ମୋତେ।


ବଞ୍ଚି ବି ପାରୁନି ମରି ମୁଁ ପାରୁନି

କା ଆଗେ କହିବି ଏ ଦୁଃଖ ସତେ।


କେତେ ଦିନ ଆଉ କେତେ ଦିନ ପରେ

ଜୀବନର ଅମା ରାତି ପାଇବ।


ନରକ ହୋଇବ ସରଗ ରାଇଜ 

ବାଦଲର ଫାଙ୍କେ ସୂର୍ଯ୍ୟ ହସିବ।


ବାନ୍ଧି ପାରୁ ନାହିଁ ଖୋଲିବି ପାରୁନି

ମମତାର ଫାଶ ଧରିଛି ଭିଡି।


ଯେତେ ବି ଅସହ୍ୟ ହେଲେ ମୋହ ପାଇଁ

ତା ସାଥେ ବନ୍ଧା ମୋ ଜୀବନ ଡୋରି।


Rate this content
Log in

Similar oriya poem from Romance