STORYMIRROR

Prashanta Padhan

Abstract

2  

Prashanta Padhan

Abstract

ପ୍ରେମର ଶୀତଳ ଛୁଆଁ

ପ୍ରେମର ଶୀତଳ ଛୁଆଁ

1 min
345

ଜଳିବାକୁ ଚାହେଁ ପ୍ରେମର ବହ୍ନିରେ

ପତଙ୍ଗଟିଏ  ମୁଁ  ସାଜି

ତପଭଙ୍ଗ ହେଉ ତପସ୍ୱୀର ଆଜି

ଆସ ଗୋ ମେନକା ସାଜି

ବୟସର ଦେହେ ଖଇଫୁଟା ତାତି

ଲାଗିଛି  କାମନା ନିଆଁ

ଟାଣିନେଇ ଦେହେ ସଂଚାରି ଦିଅ ଗୋ

ପ୍ରେମର ଶୀତଳ ଛୁଆଁ

ଉତୁରିଯାଉ ଏ  ଉତ୍ତପ୍ତର ଝଡ଼

ସାକ୍ଷୀରହୁ  ନିଶାକର

ପାନକରି  ତୁମ ଅଧର  ଅମୃତ

ତୃଷ୍ଣା ମେଣ୍ଟୁ  ତୃଷାର୍ତ୍ତର

ଭାଙ୍ଗିଯାଉ ସବୁ ଲାଜର ପ୍ରାଚୀର

ପ୍ରଣୟର ନଦୀତୀରେ

ନିର୍ବାଣ ମିଳୁ ଏ ପବିତ୍ର ପାପୀକୁ

ତୁମଦେହ ସଂସ୍ପର୍ଶରେ

ଲକ୍ଷେ ଯୋନିଜନ୍ମା ଏ ପୁରୁଷ ପ୍ରାଣ

ଲାଭକରୁ  ଆତ୍ମତୃପ୍ତି

ମହାମିଳନର  ମହାର୍ଘ୍ୟ  ମୁହୂର୍ତ୍ତ

ରହିଯାଉ ସାଜି ସ୍ମୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract