STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
11.8K

ଆକାଶେ କି ରଙ୍ଗ ଲାଗେ 

ଯେବେ ତୁମ ରଙ୍ଗ ଭିଜା 

ଆଞ୍ଜୁଳୀ ଭରିଯାଏ ପବିତ୍ର

ପ୍ରେମର ଅକ୍ଷତ ଅରୁଆ ଚାଉଳେ ।


ଥିରିଥିରି ନଇଁ ନଇଁ ଚାଲି ଯେବେ

ପହଞ୍ଚି ଯାଅ ମୋ ଦରଜାରେ

ନାଲି ଟୁକୁ ଟୁକୁ ସାଧବ ବୋହୂ ସାଜି

ପାଛୋଟିନିଏ ମନ ଅତି ସରାଗେ

ଘିଅ ଦୀପ ଜାଳି ବନ୍ଦାପନା କରି

ସୁସ୍ଵାଗତମ କରୁଥାଏ ମୁଁ ସବୁବେଳେ ।


ତୁମ ଆସିବାର ବେଳେ

କାହିଁକି କେଜାଣି ଅଦିନରେ

ବସନ୍ତ ବସା ବାନ୍ଧେ ମନ ଡାଳେ

ହୃଦୟର କୋକିଳ ଗାନ କରେ 

ସୁମଧୁର ସୁଲଳିତ ସୁରେ ।


ଆମ୍ଵଡାଳେ କଅଁଳେ ପ୍ରୀତିର ବଉଳ

ଚାରିଦିଗ ବାସ୍ନାୟିତ ଅନୁରାଗ

ତୁମ କଅଁଳ ପରଶେ ମନ୍ତ୍ର ମୁଗ୍ଧ

ମୁଁ ସାରାଦିନ ରାତି ରହି ଉଜାଗର 

ସ୍ଵପ୍ନ ମାନଙ୍କୁ ସାଉଁଟୁ ସାଉଁଟୁ 

ନିଦ ଭୁଲେ ତୁମ ପ୍ରଣୟର ପଣତେ ।


ପ୍ରେମ କଣ ଦିନେ ନ ଥିଲା ଜଣା

ପ୍ରେମରେ ଯେ ଏତେ ରଙ୍ଗ

ଆଜି ମୁଁ ଜାଣିଲି ଯେବେ ଆସି

ଧରାଦେଲ ଆପେ ଆପେ ମୋ ହାତେ

ଆକାଶେ ଉଡାଇଲ ପବନ ସାଥେ

ରଙ୍ଗିନ ଲାଗିଲା ଏ ଦୁନିଆଁଟା ସତେ ।


ଦୁଇମନ ଏକାଠି ହେଲୁ 

ଜାଳି ନିଆଁରେ ଅତୀତକୁ

ଆଞ୍ଜୁଳୀରେ ସବୁ ତକ ଭରି

ପଣ କଲୁ ସାତ ଯୁଗପାଇଁ

କିଛିଦିନ ପରେ ବଦଳିଗଲା କାହିଁ

ସବୁକିଛି ବସନ୍ତ ଆଉ ଫେରିଲାନି

କୋଇଲି ଗୀତ ଗାଇବା ଭୁଲିଗଲା

ତୁମକୁ ଦିନେ ବ୍ୟସ୍ତ ହୋଇ ପଚାରିଲି

ତୁମେ ହସିଦେଇ କହିଥିଲ ଜଣାନାହିଁ

ବଦଳିବାଟା ପରା ନିୟମ ଏ ମରତେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract