STORYMIRROR

Bibhuti Bhusan Mohanty

Abstract Tragedy Fantasy

3  

Bibhuti Bhusan Mohanty

Abstract Tragedy Fantasy

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
243

ମୁଁ ଜାଣେ ତୁମେ

ବୁଝି ପାରିନାହଁ ମୋତେ !

ଠିକ୍ କରିଛ, ବୁଝି ପାରିନ,

ସବୁ କିଛି ବୁଝି ହେଉଥିଲେ

ଏ ସମ୍ପର୍କର ନାମ ପ୍ରେମ

କାହିଁକିି ବା ହୋଇଥାନ୍ତା ସତେ ?


ସବୁ କିଛି ବୁଝି ହୁଏନା ବୋଲି ତ

ଏ ସମ୍ପର୍କକୁ ପ୍ରେମ କୁହନ୍ତି,

ଆଉ ଜୀବନ ସାରା

ପ୍ରେମର ସଜ୍ଞା ଖୋଜିବାକୁ

ଜଣେ ଆଉ ଜଣଙ୍କର ଚକ୍କର କାଟନ୍ତି ।


ମୁଁ ତ ରାଜି ଅଛି

ଏଇ ଟିକକ ଜ୍ଞାନ ପାଇଁ

ସାରା ଜୀବନ ତୁମର ସାଥେ ସାଥେ

ତୁମ ଛାଇ ପରି ତୁମ ସାଥିରେ ଚାଲନ୍ତି ।


ପ୍ରେମକୁ କେହି ବି

ବୁଝି ପାରିନାହିଁ,

ରାଧାର ପ୍ରେମ ସେଇମିତି

କାହ୍ନାକୁ ଅବୁଝା ରହିଗଲା ।

ମୀରାର ପ୍ରେମକୁ

ନା ଏଇ ନିର୍ଦ୍ଦୟୀ ଦୁନିଆ

ନା’ ରାଣାଜୀ ବୁଝିଲା ।

ଲୈଲା ମଜନୁ, ହୀର ରାଞ୍ଝାର ପ୍ରେମ

ଦୁନିଆ ପାଇଁ ସେଇମିତି

ଯୁଗେ ଯୁଗେ ଅବୁଝା ରହିଗଲା ।


ତୁମେ ଯଦି ସାଥିରେ ଆସିବ,

ମୁଁ ରାଜି ଅଛି,

ତୁମ ସାଥେ ସାଥେ ଚାଲିବାକୁ

ଜୀବନର ସବୁଯାକ ପଥ,

ସାଥିହୋଇ ଖୋଜିବା, ପରଖିବା,

ବୁଝିବା ପ୍ରେମର ପରିଭାଷା କୁ

ତୁମେ ମୋତେ ଆଉ ମୁଁ ତୁମକୁୁ,

ଏବଂ ବୁଝିବାକୁ ପ୍ରେମର ସେ ଅଢେଇ ଅକ୍ଷରକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract