STORYMIRROR

Bibhuti Bhusan Mohanty

Romance Fantasy

2  

Bibhuti Bhusan Mohanty

Romance Fantasy

ଏକ ଅନ୍ତରଙ୍ଗ ହତ୍ୟାକାରି

ଏକ ଅନ୍ତରଙ୍ଗ ହତ୍ୟାକାରି

1 min
97

ବେଳେବେଳେ ଏ ହୃଦୟର କୋହସବୁ ପଦାକୁ ବହାରିପଡ଼େ

ନୀରବରେ ଆଖିରୁ ଦୁଇଟୋପା ଲୁହ ଝରିପଡ଼େ ।

ଦିନ,ବାର,ବର୍ଷ ବିତିଗଲା ପରେ ହଠାତ କାଇଁ ଯେ ମନେପଡେ,

ଏ ଅଲୋଡା ଶରୀର ଭିତରେ କାହା ଅସ୍ତିତ୍ୱ ଜଣାପଡେ ।।


ମୃତ ମଣିଷ ପ୍ରାୟ ନିରବ ନିସ୍ତବ୍ଧ ଶରୀର

ହଠାତ ଜୀବନର ଉପସ୍ଥିତି ଜଣାପଡେ

ତୁମେ ତୁମ ହାତରେ ହତ୍ୟାକଲା ପରେ ବି

କାହିଁକି ତୁମକଥା ଏବେ ହଠାତ ମନେପଡେ।


ଘର ବାହାର ପ୍ରତ୍ୟେକ ସ୍ଥାନରେ ଦୃଷ୍ଟିପଡିଲେ

ତୁମ ହସ ହସ ମୁଖର ଆଭା ମନେ ପଡେ ।।

ମୋର ଅନିଚ୍ଛା ଓ ସତ ବାରଣ ସତ୍ତ୍ୱେ

ତୁମ ବାକଚାତୁରୀ ଓ ଅନୁପ୍ରବେଶ ବାରିହୋଇ ପଡେ।


ବିଜ୍ଞାନର ଅଗ୍ରଗତି ର କୌଶଳ କ୍ରମେ ଭୁଲ ମନେହୁଏ

ଯେତେବେଳେ ମୃତ ମଣିଷରେ ଜୀବନର ସତ୍ତା ଦେଖାଯାଏ

ଚୁପଚାପ ନିରୋଳାରେ ନିଜ ଅନ୍ତର୍ଦ୍ୱନ୍ଦ ସହ ଲଢେ଼ଇ କଲାବେଳେ

ହୃଦୟରେ ଏବେବି ଅବସ୍ଥାନ କରୁଥିବା ସେଇ ହତ୍ୟାକାରୀ ଆଜି କାଇଁ ଖୁବ ମନେପଡେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance