STORYMIRROR

Subrat Kumar Senapati

Romance

3  

Subrat Kumar Senapati

Romance

ଅପେକ୍ଷା

ଅପେକ୍ଷା

1 min
13.4K


ଅପେକ୍ଷା

ସୁବ୍ରତ କୁମାର ସେନାପତି

 

ସତରେ କ'ଣ ତୁମେ ହଜିଯିବ ମୋ ସହ

କାମନାର ସେ ଦିଗନ୍ତ ବିସ୍ତାରୀ ଅରଣ୍ୟ।ନୀ ଭିତରେ,

ଯେଉଁଠି ତୁମ ଅଧରର ହସ

ସଂଚରିଯାଉଥିବ ମୋ ଓଠରେ,

ନିଷିଦ୍ଧ ସୁଖର ନିଶା ନିର୍ଝରିଣୀ ସମ

ବହିଯାଉଥିବ କଳକଳ ନାଦରେ,

ଆଖିପତା ଲେସିହୋଇଯାଉଥିବ

ଶତ ଅୟୁତ ସ୍ୱପ୍ନର ଅଞ୍ଜନରେ,

ଆଉ ବିବେକର ଇଙ୍ଗିତକୁ ଏଡ଼ି

ଇନ୍ଦ୍ରିୟର ଆମନ୍ତ୍ରଣକୁ ଜାବୋଡ଼ି

ପାଲଟିଯିବ କି ତୁମେ ଏକ ହିଂସ୍ର ଶ୍ୱାପଦରେ !

ଯା'ର ପ୍ରତିଟି ଦଂଶନେ ମାତିଉଠିବ

ମୋର ଏ ବକ୍ଷ-କଟି-ନାଭି-ପାଦ

ଭିନ୍ନ ଏକ ବିଭୋରପଣରେ !

ହିଲ୍ଲୋଳିତ ହେଉଥିବ ଅଧଃ-ଊର୍ଦ୍ଧ୍ୱ-ଚତୁର୍ଦ୍ଦିଗ

ପ୍ରେମର ଅପୂର୍ବ ସୁରଭିରେ

ଆଉ ହୋଇଯାଉଥିବି ମୁଁ ସତ୍ତାହୀନ

ତୁମର ସେ ପ୍ରେମଭରା ସ୍ପର୍ଶରେ !

ପଡୁଥିବ ପୂର୍ଣ୍ଣଚ୍ଛେଦ ମୋର ଏଇ

ଯୁଗଯୁଗର ଅପେକ୍ଷ।ରେ !!

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Subrat Kumar Senapati

Similar oriya poem from Romance