STORYMIRROR

Prasanna Kumar Madala

Romance

3  

Prasanna Kumar Madala

Romance

ପ୍ରଣୟିନୀ

ପ୍ରଣୟିନୀ

1 min
13.1K


ପ୍ରଣୟିନୀ 

 

ପୀନସ୍ତନୀ ଆଗୋ ଗଜଗାମିନୀ 

ବିମ୍ବାଧରୀ ମୋର ଚନ୍ଦ୍ରବଦନୀ 

ତାମ୍ରକେଶୀ ତୁମେ ମୃଗନୟନା 

ଅଧରେ ଚୁମିଲ ଶୁଭ୍ର ଦଂଶନା 

ବାହୁବନ୍ଧନରେ କବରୀ ଖୋଲି

କୁଚକୁଙ୍କୁମ ମୋ ହୃଦରେ ବୋଳି 

ଅଙ୍ଗେ ଶିହରଣ ଦେଲ ଖେଳାଇ

ନିତମ୍ବ ଭାର ମୋ କଟିରେ ଥୋଇ 

କୋମଳ ଚରଣ କର କମଳ 

ଆଲିଙ୍ଗନେ ହରି ନେଲ ମୋ ବଳ

ନାଭି ସ୍ପର୍ଶେ ଯେବେ ଦେଲି ଚୁମ୍ବନ 

ହରି ନେଲା ପ୍ରାଣ ଅବା ଶମନ 

ଶ୍ରମ ଉଦକରେ ପ୍ରେମେ ଭିଜାଇ 

ଶୃଙ୍ଗାର ରସରେ ଦେଲ ହଜାଇ 

ବନ୍ଦୀ କଲ ମୋତେ ମନମୋହିନୀ 

ଲଜ୍ଜା ସମର୍ପଣେ ଶଯ୍ୟା ଶାୟିନୀ 

ଛନ୍ଦ ମୁଦ୍ରା ତାଳ ରାଗ ରାଗିଣୀ 

ରସେ ମନ୍ତ୍ର ମୁଗ୍ଧ ପ୍ରାଣ ସଂଗିନୀ 

ଅଗ୍ନି  ସିକ୍ତ  ତନୁ  ସ୍ନିଗ୍ଧ  ଶୀତଳ

ନଭ  ଚୁମ୍ବିଦେଲା  ସିନ୍ଧୁ  ଶୟଳ 

ପ୍ରକୃତି  ପୁରୁଷ  ତତ୍ତ୍ବ  ଅନେକ 

ମିଶ୍ର ହେଲେ ବ୍ରହ୍ମ ରମଣ ଏକ

ଦୃଶ୍ୟ ଏକ ହେଲେ ଦୁଇ ନୟନ 

ତୁମେ ଶରୀର ମୁଁ  ତୁମ୍ଭ ଜୀବନ । 

 

                  -କବି - 

ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance