STORYMIRROR

Gyanaranjan Sahoo

Romance

3  

Gyanaranjan Sahoo

Romance

ପ୍ରୀତି ପିରାମିଡ୍

ପ୍ରୀତି ପିରାମିଡ୍

1 min
14K


ଆସ ଗଢ଼ିବା ଏକ ଶ୍ମଶାନ

ମିଛ ସମାଜକୁ ଜଣାଇ ସମ୍ମାନ,

ଜୀଅନ୍ତା ଯୁଇରେ ଜଳୁଥିବା ନିଶିଦିନ

ଦେଖାଇ ଲେଲିହାନ୍ ଶିଖାର ଦର୍ପଣ,

ଅସଂଖ୍ୟ ଯାତନାକୁ ଦେଇ ଶୀତଳିକରଣ

ଫଗୁଣକୁ ସଜାଇ ଶ୍ରାବଣର ଧାରା

ତୁମ ଆଖିର ସେ ବର୍ଷାରେ,

ମୋ ମନର ଉଦାସୀନ ରବି

ଆଙ୍କୁଥିବ ଇନ୍ଦ୍ରଧନୁ,

ଏ ଜୀଅନ୍ତା ଶବର

ପିରାମିଡ୍ ଶିଖର ଦେଶରେ ।

ଚାଲୁଥିବେ ଅବାରିତ ସାଲୁ ବାଲୁ କବି

ଏ ଛାତିକୁ କରି ବ୍ୟବଚ୍ଛେଦ,

ମୋ ଯନ୍ତ୍ରଣାକୁ ଓଟାରି

ନିଜ ନିଜ କଲମକୁ ତରବାରି କରି,

ଖୋଜୁଥିବେ ଆପଣାର ଆତ୍ମାକୁ

ସେ ଅନ୍ଧାରି ରାଇଜ ଭିତରେ,

ତୁମ ପ୍ରେମ ଓ ବିଶ୍ଵାସର ଅଖଣ୍ଡ ଜ୍ୟୋତିରେ

ମିଞ୍ଜି ମିଞ୍ଜି ଜଳୁଥିବା ଦୀପଟିଏ ଧରି

ଅକାଳ ଝଡ଼କୁ ପ୍ରତିହତ କରି,

ହଜିଥିବା ସ୍ମୃତିକୁ ଭିତ୍ତିକରି

ମହାକାଳର ଗର୍ଭରୁ ।

 

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance