STORYMIRROR

Prasanna Kumar Madala

Romance

3  

Prasanna Kumar Madala

Romance

ଅସହ୍ୟ ରିକ୍ତତା

ଅସହ୍ୟ ରିକ୍ତତା

1 min
13.7K


ଅସହ୍ୟ ରିକ୍ତତା 

ନିଜକୁ ନିଜଠୁ ଅଲଗାକରିଛି
ଦେହରୁ କାତି ମୁଁ ଛଡାଇସାରିଛି
ଆଲୁଅ ଖରା ଏବେ ପୋଡିମାରୁଛି
ତୁମ ରିକ୍ତତା ମୋତେ ଅନ୍ଧାରକୁ ଠେଲି
ଏକାକିତ୍ଵର  ଘୃଣପୋକ ଭିଡାଇସାରିଛି । 


ପ୍ରେମ ଓ କରୁଣା ଦୁର୍ବିସହ ଲାଗୁଛି
ଯାତନାର ବଗିଚାରେ ଦେଖ
କାହା ଛାଇରେ ମୁଁ ଆଶ୍ରିତ ହୋଇଛି
ତପ୍ତକାୟ ଜ୍ଵାଳାରେ ଜଳି ଜଳି ଯାଉଛି ।


ସେଇ ରୂପଗନ୍ଧ ସ୍ଵପ୍ନମୟୀ ପ୍ରତିଛବି
ସ୍ନେହସିକ୍ତ ଅଣୁନିସୃତ ସୁଗନ୍ଧ
ବାସ୍ନାମୟୀ ତନ୍ମୟୀ ପ୍ରୀତିପ୍ରତିମା
ଶବ୍ଦର ଝଂକୃତ ନୃତ୍ୟରତା ତନୁକମ୍ପନ
ଦୃଶ୍ୟାନ୍ତର ହୋଇ ନିଜସ୍ଵ ଭୂମିକାରେ
ମଗ୍ନ କରେ ଆତ୍ମଦାହର ପୀଡନରେ
ଶୁଭେନାହିଁ ତୁମ ପ୍ରଗଳ୍ଭ ଫଣୀ ଫୁତ୍କାର
ଖୋଜିବୁଲେ ତମସାର ଗହ୍ବରେ ବିବରେ
ଅପରୂପା ରହସ୍ୟମୟୀ ସାଥୀ ମୋର ।


ତୁମେ ତ ରହିଛ ଯାଇ ଭିନ୍ନ ପୃଥିବୀରେ
ପାତାଳ ବିଭବର ଅତଳ ବିଳରେ
ମନେ କି ନପଡେ ପୂର୍ବ ଶିହରଣ
ନିମିଷକେ ହୋଇଥିଲେ ଆତ୍ମବିଭୋର
ଯୁଗଳ ଛନ୍ଦର ରାସ ରଚି ରଚି,
ଆସି ଦେଖ କାନ୍ତି ନବଯୌବନର
ସୁବର୍ଣ୍ଣ ଚମକ ଓ ନବୀନ ପ୍ରଭାର ସଂକଳ୍ପ
ନକରୁ ଅଧୀର କା'ର ପଦ୍ମତୋଳା ରାଗ
ଅସହ୍ୟ ଏ ରିକ୍ତତା ସୁହାଗ ସରାଗର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance