Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Amit Bal

Romance

4.3  

Amit Bal

Romance

## ପ୍ରେମର ପରିଭାଷା ##

## ପ୍ରେମର ପରିଭାଷା ##

1 min
431


ପ୍ରେମକୁ ନେଇ

ପାପ ପୂଣ୍ୟର ପରିଭାଷା ମୁଁ ଜାଣେନି

ଭଲମନ୍ଦର ବିଶ୍ଳେଷଣ ମଧ୍ୟ କେବେ କରିନି ,

ପ୍ରେମର ବାସ୍ନା ମୋ ପାଇଁ

ଜୀବନରେ ସବୁବେଳେ ସ୍ମୃତିମୟ

ଅନ୍ଧାରରେ ଆଲୋକର ଲୟ ,


ସ୍ୱଚ୍ଛ ପାଣିର ଦର୍ପଣରେ

ନୀଳ କଇଁ ପରି କୋମଳ

ପ୍ରିୟାର ବିଲୋଳ ଚାହାଣୀରେ

ସଦ୍ୟ ଚୁମ୍ବନ ଭଳି ସଜଳ ,


ସେଥିରେ ନ ଥାଏ

ଠକି ଦେବାର ଅବାଧ ପଣ

ଅଧିକନ୍ତୁ ଥାଏ

ନିଜକୁ ନିଃଶେଷ କରି ଦେବାର

ନିର୍ବିକଳ୍ପ ନିଃସର୍ତ୍ତ ନୀରବ ଆତ୍ମସମର୍ପଣ .....



Rate this content
Log in

Similar oriya poem from Romance