STORYMIRROR

Amit Bal

Romance

3  

Amit Bal

Romance

## ପ୍ରେମର ପରିଭାଷା ##

## ପ୍ରେମର ପରିଭାଷା ##

1 min
437

ପ୍ରେମକୁ ନେଇ

ପାପ ପୂଣ୍ୟର ପରିଭାଷା ମୁଁ ଜାଣେନି

ଭଲମନ୍ଦର ବିଶ୍ଳେଷଣ ମଧ୍ୟ କେବେ କରିନି ,

ପ୍ରେମର ବାସ୍ନା ମୋ ପାଇଁ

ଜୀବନରେ ସବୁବେଳେ ସ୍ମୃତିମୟ

ଅନ୍ଧାରରେ ଆଲୋକର ଲୟ ,


ସ୍ୱଚ୍ଛ ପାଣିର ଦର୍ପଣରେ

ନୀଳ କଇଁ ପରି କୋମଳ

ପ୍ରିୟାର ବିଲୋଳ ଚାହାଣୀରେ

ସଦ୍ୟ ଚୁମ୍ବନ ଭଳି ସଜଳ ,


ସେଥିରେ ନ ଥାଏ

ଠକି ଦେବାର ଅବାଧ ପଣ

ଅଧିକନ୍ତୁ ଥାଏ

ନିଜକୁ ନିଃଶେଷ କରି ଦେବାର

ନିର୍ବିକଳ୍ପ ନିଃସର୍ତ୍ତ ନୀରବ ଆତ୍ମସମର୍ପଣ .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance