ପ୍ରେମର ଗୋପ ନଗର
ପ୍ରେମର ଗୋପ ନଗର
ଶୂନ୍ୟ ମୋ ମନ୍ଦିର ଶୁନ୍ୟ ମୋର ଘର
ଶୂନ୍ୟ ମୋ ହୃଦୟ ତଳ
ତୁମେ ନାହଁ ବୋଲି ସପନଟା ଦେଖ
ମାଡୁନି ମୋର ଦୁଆର।
ସାରା ଆକାଶଟା ଛାଇଯିବ ବୋଲି
ଏଇ ମୋର ମନ ପକ୍ଷୀ
ଜୀବନ ତମାମ ଉଡିବାର ପାଇଁ
ସପନ ତ ଥିଲ ତ ମାଖି।
ବେଜାଏଥିଲା କଥା ପୁଳେ ପ୍ରତିଶ୍ରୁତି
ସବୁ ଆଜି ଭୁଲି ଗଲ
ମୋ ପ୍ରେମକୁଡ଼ିଆ ଭାଙ୍ଗି ଦେଇ ହାତେ
କୋଠାଟେ ନିଜେ ତୋଳିଲ।
ତୁମେ ଘୋ ଘୋ ଖୁସି ଦୋଳିରେ ଝୁଲୁଛ
ମୁଁ ଏକା ଝାରୁଛି ଲୁହ
କେଉଁ ଜନମର ପ୍ରତିଶୋଧ ସାଥୀ
ଏଇ ଜନମରେ ନିଅ ।
ମୋତେ ଛାଡିଥିଲ ଯେଉଁ ଅନ୍ଧାରରେ
ବିଶ୍ବାସେ ଅଟକି ମୁହିଁ
ଅନେଇଥିଲି ତୁମ ଫେରା ବାଟକୁ
ତୁମେ ହିଁ ଆସିଲ ନାହିଁ।
ମନ କୁଞ୍ଜବନ ଆଖିର ଯମୁନା
ହୃଦୟ କଦମ୍ବ ମୂଳ
ତୁମ ବଂଶୀ ସ୍ୱନ ଆତୁରେ ଖୋଜଇ
"ପ୍ରେମର ଗୋପ ନଗର।"
ମୁଁ ମଲା ନଈ ତୁମରି ସ୍ପର୍ଶ ପାଇଁ
ସୁନାବ୍ୟା ହୋଇଥିଲି
ପ୍ରତାରଣା କରି ଗଲ ବାଟ ବୁଲି
ବନ୍ଧ୍ୟା ଭୁଇଁଟେ କରି।