STORYMIRROR

Ajit Kumar Raut

Abstract Tragedy

4  

Ajit Kumar Raut

Abstract Tragedy

ପ୍ରେମର ବନ୍ଧନ

ପ୍ରେମର ବନ୍ଧନ

1 min
365

ଭାବର ବନ୍ଧନ ଶ୍ରଦ୍ଧାର ବନ୍ଧନ ଶିବ ଓ ଭକ୍ତଙ୍କ ମଧ୍ୟେ,

ମାସ ଟି ଶ୍ରାବଣ ପୁଣି ସମବାର 

 ପୂଜନ ଦେବ ଆରାଧ୍ୟେ।


କାଉଁରି ଭାରକୁ ବହି ଭକ୍ତଗଣ ଯାଆନ୍ତି ଦେବ ମନ୍ଦିର,

ନମଃଶିବାୟର ଭକ୍ତି ରାବ୍ ଗୁଞ୍ଜେ

ମର୍ତ୍ତ୍ୟରେ ପ୍ରେମ ସାଗର।


ଶିବାଳୟ ତହିଁ ସୁସଜ୍ଜିତ ଯହିଁ ଭକ୍ତଙ୍କର ସମାଗମେ

ଶଙ୍ଖନାଦ ଶୁଭେ ଭକ୍ତିର ସ୍ବରରେ

ହୁଳହୁଳି ମୃଦଙ୍ଗମେ।


ରାବ୍ ଭଲେ ଭଲେ ଗୁଞ୍ଜୁ ଅଛି ଯହିଁ ଶିବ ଶିବ ରାବ୍ ତହିଁ,

ଭକ୍ତିମୟ ପରା ଧରଣୀ ହୋଇଛି

ଶିବଙ୍କ ଭକ୍ତିରେ ଯହିଁ।


ଭକ୍ତ ମନବାଞ୍ଛା ପୂରଣ କରିବେ ଅକର୍ମା ଦାନୀ ସେ ଶିବସବୁଜର ଭୂଇଁ କରିବେ ଧରିତ୍ରୀଦେବଙ୍କର ଦେବ ଶିବ।


ଲକ୍ଷ୍ମୀପୂର୍ଣ୍ଣ ହେବ ପବିତ୍ର ଭାରତ ଲକ୍ଷ୍ମୀପୂର୍ଣ୍ଣ ହେବେ ଜନ

ରାଷ୍ଟ୍ରର ଗୌରବ ଗୁଞ୍ଜିବ ବିଶ୍ବରେ

ମିଳିବ ତହିଁ ସମ୍ମାନ।


ଦର୍ପଦଳନଟି କରିବେ ଶତ୍ରୁର ଶକ୍ତିଶାଳୀ ହେବ ରାଷ୍ଟ୍ର

ସ୍ବପ୍ନ ବିଶ୍ବଗୁରୁ ସାକାର କରିବେ

ଜ୍ଞାନେ ବିଭୂଷିତ ରାଷ୍ଟ୍ର।


ଦେବଙ୍କର ଦେବ ଶିବ ମହାଦେବ ପୂଜନ ଏହୁ ମାସରେ,

ମୃତ୍ୟୁ ଲୋକେ ତାଙ୍କ ଆଗମନ ଯହିଁ

ପାର୍ବତୀ ସତୀ ପ୍ରେମରେ।


ପାର୍ବଣର ଋତୁ ପରିତ୍ରାଣ ଋତୁ ଧରା ଥାଏ ସବୁଜର

ସୂର୍ଯ୍ୟଙ୍କ କିରଣ ପ୍ରଖର ଏଥର

ବର୍ଷର ନାହିଁ ନଜର।


ନାହିଁ ପୂର୍ଣ୍ଣଗର୍ଭା ନଈ ପୋଖରୀ ସୁଖିଲା ପଡ଼ିଛି ଯହିଁ,

କୃଷକଙ୍କ ଦୁଃଖ କହିଲେ ନସରେ

ନାହିଁରେ ଫସଲ କାହିଁ।


ଧାରା ଏ ଶ୍ରାବଣ ନାହିଁ ବର୍ଷା ଧାର ଚିନ୍ତିତରେ ଶିବ ଭକ୍ତ,

ଫସଲ ନ ହେଲେ ଚଳିବେ କିପରି

ମନ ହୁଏ ବିଚଳିତ।


ମନବାଞ୍ଛା ପୂର୍ଣ୍ଣ କର ମହାଦେବ ଅକର୍ମା ଦାନୀ ମର୍ତ୍ତ୍ୟରେ

ଚିନ୍ତା ଦୂର କର କୃଷକ ଜନଙ୍କ

ଦିଅ ଧ୍ୟାନ ଦେବ ଥରେ।


ତୋର ଆଗମନ ମୃତ୍ୟୁ ଲୋକେ ପରା ଏହୁତ ଶ୍ରାବଣ ମାସ,

କାହିଁକି ସୁଖିଲା ପଡ଼ିଛି ଏ ଭୁଇଁ

ଭକ୍ତ ହୁଏରେ ହତାଶ।


ପୂର୍ଣ୍ଣଗର୍ଭା ହେଉ ନଈ ଓ ପୋଖରୀ ବର୍ଷା ହେଉ ଘନଘନ,

ଦୁଃଖ କୃଷକଙ୍କ ନିବାରଣ କର

କରହେ ଲକ୍ଷ୍ମୀ ସମ୍ପନ୍ନ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract