STORYMIRROR

Upendra prasad Mahala

Romance Classics Inspirational

4  

Upendra prasad Mahala

Romance Classics Inspirational

" ପ୍ରେମିକା ପେଚା ପାଇଁ କବିତା "

" ପ୍ରେମିକା ପେଚା ପାଇଁ କବିତା "

2 mins
264


କବି ନିଜେ କଳ୍ପନା ରାଜ୍ୟର ସମ୍ରାଟ
ଭାବୁକ, ରସିକ, ପ୍ରେମିକ, ଦାର୍ଶନିକ।
କଳ୍ପନାରେ ସୃଜିପାରେ ସାତ ସମୁଦ୍ର,
ତେରନଈ, ପାହାଡ଼ ପର୍ବତ, ଭିନ୍ନ ଏକ
ପୃଥିବୀ। ସାଜିପାରେ ଦ୍ବିତୀୟ ଈଶ୍ବର !
ସୃଜନୀ ବଳେ ଆଣିପାରେ ପରିବର୍ତ୍ତନ,
ବଦଳାଇ ପାରେ ସମୟ ପ୍ରବାହର ରୂପ ।
କବିତାରେ ପେଚାକୁ ପ୍ରେମିକା ସ୍ଥାନ ଦେଇ 
ସମାଜ ଓ ବ୍ୟବସ୍ଥାରେ ଆଣିପାରେ କ୍ରାନ୍ତି
ଯାହା ବିଶ୍ବ ଇତିହାସରେ ରଚିଛି ସ୍ବାକ୍ଷର ।

କବିଙ୍କ କୁଟୀରଠାରୁ କିଛି ଦୂରରେ ଥଲା
ଏକ ପାହାଡ, ଯାହା ଉପରେ ଥିଲା ମନ୍ଦିର।
କବି ଦେଖିଥିଲେ ମନ୍ଦିର ଗାତ୍ର ଠଣାରେ
ରହୁଛି ଏକାକିନୀ ପେଚା, ଯାହାର ବନ୍ୟ
ଆଖିର ଠାଣି, ଆଧ୍ୟାତ୍ମ୍ୟ ପ୍ରୀତିର ଆକର୍ଷଣ
ତାଙ୍କୁ ସଜାଇ ଦେଇଥିଲା କବିରୁ ପ୍ରେମିକ।
ପେଚା ଅଶୁଭ ସଙ୍କେତ ନୁହେଁ କି ଘୃଣ୍ୟ
ଜୀବ ନୁହେଁ, ସାମ୍ୟବାଦୀ ଚେତନାର
ପ୍ରତୀକ। ମାଗୁଛି ସମାନତାର ଅଧିକାର,
ସାମାଜିକ କଳଙ୍କ ଓ ଅପବାଦରୁ ମୁକ୍ତି ।
କବି ତାଙ୍କୁ "ପ୍ରେମିକା" ବୋଲି ସମ୍ବୋଧନ
କରି ଲେଖିଥିଲେ ପ୍ରେମ, ପ୍ରୀତିପୂର୍ଣ୍ଣ ଭାଷା।
କେତେକ ପ୍ରକାଶକ ଭାବାର୍ଥ ବୁଝି ନ ପାରି 
କବିଙ୍କୁ ଫେରାଇ ଦେଇଥିଲେ ହାତଲେଖା
କବିତା ଶୁଣାଇ କଟୁ ଓ ନିରାଶାର ବାଣୀ।
ଜଣେ ଦୃଢମନା ପ୍ରକାଶକ ତଥାକଥିତ
ସମାଲୋଚନାକୁ ନ ଡ଼ରି ଛାପାଇ ଥିଲେ
କବିତା ଯାହା ହୋଇଥିଲା ବହୁଚର୍ଚ୍ଚିତ ।
ଦେଶରେ ବହିଥିଲା 'ସମାନତା' ଭାବର
ଧାରା, ଆସିଥିଲା ନୂତନ ଯୁଗର କ୍ରାନ୍ତି।

ପେଚା ପ୍ରକୃତିର ଏକ ବିସ୍ମୟକର ସୃଷ୍ଟି।
ତୁନ୍ଦ୍ରାଞ୍ଚଳଠାରୁ ପୃଥିବୀର ସବୁ କୋଣ,
ଘଞ୍ଚ ବନାନୀରୁ ଗାଁ ଓ ସହର ସବୁଠି
ଏହି ପ୍ରଜାତି ପକ୍ଷୀଙ୍କର ଆବାସ ସ୍ଥଳ । 
ଅନ୍ଧାର ରାତିରେ ସେ କୁଶଳୀ ଶିକାରୀ !
କେଉଁ ଯୁଗରୁ ପିନ୍ଧିଛି ଅଶୁଭକଳଙ୍କ ଟିକା,
ଅନ୍ଧବିଶ୍ବାସ ଓ ଲୋକକଥାର ଚିତ୍ର ତାକୁ
ସଜାଇଛି ସବୁଠୁ ଅଧିକ ଘୃଣାର ପାତ୍ର।
ସେ ରାବିଲେ ତା' ସ୍ବରରେ କୁଆଡେ ଭାସି
ଆସେ ଆତ୍ମାକ୍ଷେତ୍ରରୁ ମୃତ୍ୟୁର ସଙ୍କେତ !!
ବଢାଇଦିଏ ଭୟାଳୁମାନଙ୍କ ହୃତକମ୍ପନ ।

କେହି ବୁଝନ୍ତିନି ପୁରାଣ, ଶାସ୍ତ୍ରର ବଚନ !
ପେଚା ଧନ, ଅନ୍ନଦାତ୍ରୀ ଲକ୍ଷ୍ମୀଙ୍କ ବାହନ,
ତା' ପୃଷ୍ଠରେ ବସି ସାରା ଜଗତ ବୁଲନ୍ତି
ସୌଭାଗ୍ୟ, ସମୃଦ୍ଧିର 'ଜଗତ ଜନନୀ'।
ପେଚା ଜ୍ଞାନ, ବୁଦ୍ଧି ଓ ଆତ୍ମାର ପ୍ରତୀକ 
ଅଲୌକିକ ଓ ଆଧ୍ୟାତ୍ମିକ ପୋଷଣ ଶକ୍ତି
ଯିଏ ବୁଝେ ଜୀବନର ଅସଲି ରହସ୍ୟ ।
ସେ ପରିବର୍ତ୍ତନ ଓ ନୂଆ ଆରମ୍ଭର ସୂତ୍ର
ସଂସ୍କୃତି, ପରମ୍ପରାର ପ୍ରାଚୀନ ରୂପକଳ୍ପ !!

ପେଚା ଏକ ନିଶାଚର ପକ୍ଷୀ, ସୂର୍ଯ୍ୟାଲୋକ
ସହି ପାରେନି ବୋଲି ଦିନରେ ଲୁଚି ରହେ।
ସବୁରାତି ଦିଶେ ଫୁଲଫୁଟା ଜହ୍ନ ରାତି,
ଗଛ କୋରଡ, ଘଞ୍ଚ ବୁଦା ତା' ଆବାସସ୍ଥଳୀ
ରାତି ହେଲେ ବାହାରି ପଡେ କୀଟପତଂଗ,
ମୂଷା, ସରୀସୃପ ଭଳି ଜୀବ ଶିକାର ଲାଗି।
ଅବ୍ୟର୍ଥ ତା' ଲକ୍ଷ୍ୟ, ରଖିଥାଏ ତୀକ୍ଷ୍ଣ ଦୃଷ୍ଟି,
ଉଦ୍ୟତ ଥାଏ ପଞ୍ଝାର ମୂନିଆ ନଖମାନ।
ଅନ୍ତର୍ନିହିତ ଦିବ୍ୟ ଶକ୍ତି ଅନ୍ଧାର ଭେଦୀ
ଅ।ଲୋକ ଦେଖିବାକୁ ରାତ୍ରିଦୃଷ୍ଟି ଦିଏ।
ନିତି ଶିକାର ଧରି ମେଣ୍ଟାଏ ଉଦର କ୍ଷୁଧା।
କବି ହୃଦୟ ବୁଝେନି ନିରୀହ ପକ୍ଷୀ ପ୍ରତି
ଘୃଣାର କାରଣ। ଶ୍ୟାମଳୀସୁନ୍ଦରୀ ପେଚା 
ସାଜେ କଳା ଘୁଂଘଟ ରୂପମୟୀ ପ୍ରେମିକା।
ପ୍ରେମିକ କବି ଆଶ୍ୱାସନା ଦେଇ ବୁଝାନ୍ତି
ଭଗବାନଙ୍କ ସୃଷ୍ଟିରେ ସବୁ ଜୀବ ପବିତ୍ର,
କେହି ଅସୁନ୍ଦର କି ଘୃଣାର ପାତ୍ର ନୁହନ୍ତି !!

ଭାରତରେ ଅଛନ୍ତି ତିରିଶ ପ୍ରଜାତି ପେଚା, 
ଧୂସର ପେଚାକୁ ଅନେକେ ମାନନ୍ତି "ଶୁଭ" 
ଅନ୍ୟ କିସମ ରଙ୍ଗୀ ପେଚାକୁ କରନ୍ତି ଘୃଣା।
ମଣିଷ ମନର ଅନ୍ଧବିଶ୍ବାସ ନିରୀହ ପକ୍ଷୀକୁ
ନିନ୍ଦିତ କରି ଅକ୍ଳେଶରେ ନେଉଛି ଜୀବନ ।
ଯିଏ ଯେଭଳି ଭାବେ ସେଭଳି ତାକୁଦିଶେ !
ଗଛ ଡାଳରେ ବସିଥିବା ବେଳେ ନିଜ ରୂପ
ଲୁଚାଇ ରଖେ ଛାୟା ରଂଗଧାରୀ ପେଚା !!

*******



Rate this content
Log in

Similar oriya poem from Romance