STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ପ୍ରେମିକା ମୋହର

ପ୍ରେମିକା ମୋହର

1 min
226

ତୁମେ ଯେବେ ନିଅ ଟାଣି

କୁହ ଯଦି ମିଠା ପଦୁଟିଏ

ଅନେକ ଦିନର 

ବାକି କଥା ସବୁ ଲମ୍ବିଯାଏ

କାଶ୍ମୀରରୁ କୁମାରୀକା ଯାଏଁ ।


ତଥାପି

ସରେନା ଆମର ସେ କଥା

ଗୋଟିଏ ପରେ ଗୋଟିଏ

ଜୀବନର କାହାଣୀ

ମହୁ ଭଲି ଝରି ଆସେ

ତୁମ ରକ୍ତିମ ଓଠରୁ ।


ତୁମର କୁମାରୀ ଜୀବନରୁ

ଶ୍ରୀମତୀ ହେବା ପର୍ଯ୍ୟନ୍ତ

ଗପି ଚାଲ ସବୁ

ତୁମ ଅତୀତର ଗାଥା ।


ମୁଁ

ଆଜି ବି ଭୁଲି ନାହିଁ

ସମୁଦ୍ରର ବାଲୁକା ଶଯ୍ୟାର

ପ୍ରଥମ କାହାଣୀ 

ତମେ ଯେତେବେଳେ କହୁଥିଲ

ତମ କୋଳରେ ମଥା ରଖି

ମୁଁ ତୁମର ଉଷ୍ମତାକୁ

ମୋ ହୃଦୟର କମ୍ପନରେ

ଖାଲି ମାପୁଥିଲି ।


ଘରେ ଫେରି ଜଣାଇଲି

ମୋ ବୋଉ କହିଲା,

"ସୁନା ନାକି ବୋହୁ"

ନନା କହିଲେ,

"ଲକ୍ଷ୍ମୀବନ୍ତୀ କନ୍ୟା"

ଭାଇ କହିଲା,

"ସୀତା ପରି ଭାଉଜ"

କିନ୍ତୁ

ମୁଁ କହେ,

"ପ୍ରେମିକା ମୋହର"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance