Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ajaya kumar Jena

Tragedy

4.2  

Ajaya kumar Jena

Tragedy

ପ୍ରେମିକା କୁ ଚିଠି

ପ୍ରେମିକା କୁ ଚିଠି

1 min
131


ହୃଦୟର 'ବର୍ଷା',

ମୋର ଅସରନ୍ତି ପ୍ରେମ ନେବ।

ଆଶାକରେ,

ତୁମ ପାଦରେ ମାଟି ଲାଗିବା ଆଗରୁ

ରାସ୍ତାସାରା ଘାସର ଗାଲିଚା ବିଛେଇ ହେଇଯାଉ।

ସାରାଜୀବନ,କଇଁର ହସରେ ହସୁଥାଅ,

ମୟୂରୀର ନାଚରେ ନାଚୁଥାଅ,

ଆଉ ବଂଶୀର ସ୍ଵନରେ ଝୁମୁଥାଅ।


ସେଦିନ ମୋ ନିଷ୍ଠୁରତାର କେଇପଦ କଥା

ଓଠ ସନ୍ଧିରୁ ବାହାରିଯାଇ,

ତୁମକୁ ହୃଦୟ ବିଦାରି ଆଘାତ ଦେଇଥିଲା।

ସେଥିପାଇଁ , ଆଜିବି ମୁଁ ଅନୁତପ୍ତ।

ମୋ ଆଖି ଲୁହର ବନ୍ୟାରେ

ବତୁରା ମୋର ଅତୀତ,ବର୍ତ୍ତମାନ ଆଉ ଭବିଷ୍ୟତ।


ଜାଣିଛ!

ମୋ ଲକ୍ଷ୍ୟ ଅଲକ୍ଷରେ

ମୋ ଦେହର ଉପକାରୀ ଅଣୁଜୀବ ମାନେ

ହୃଦୟର ନିଶବ୍ଦ ଆକର୍ଷଣରୁ 

ବୁନ୍ଦା ବୁନ୍ଦା ଜଳ ଶୋଷି

ତୁମ ପ୍ରେମର ଶାଗୁଆ ଜୀବନ ମାନଙ୍କୁ

ମୋ ହୃଦୟ ଚାଳର କେରା କେରା ବିଶ୍ୱାସରେ

ବାନ୍ଧି ସାରିଲେଣି........।


ଯଦି ପାଖରେ ଥାଆନ୍ତ,

ତେବେ ଦେଖିପାରିଥାନ୍ତ!

ସେଥିରେ ଆୟୁଷ୍ମାନ ହୋଇଥିବା

ମୋ ଅନୁରାଗର ହଳଦି ଫୁଲ ଗୁଡାକ

କେମିତି ଦାଉ ଦାଉ ହୋଇ ଫୁଟି ଉଠିଛନ୍ତି

ତୁମକୁ ସ୍ୱାଗତ କରିବାକୁ,

ମୋ ସ୍ବପ୍ନ ନୀଡ଼କୁ.........।


କ'ଣ ଭାବୁଛ?

ଆଉ ଫେରିବ ନା ନାହିଁ?

ମୁଁ ଜାଣେ, ତୁମେ ନିଶ୍ଚୟ ଫେରିବ!

ତୁମର ମନେଥିବ!

ସେଦିନ କଲେଜ ରାସ୍ତାରେ 

ସେ ଗାଡି ଦୁର୍ଘଟଣାର ଦୃଶ୍ୟ,

ଯାହା ଏବେ ବି ମୋ ଆଖିରେ କ୍ଳାଇମାକ୍ସ ପରି

ଆରମ୍ଭ ହୋଇ ସାରିବାର ନାଁ ଧରୁନି।

ତୁମେ କେତେ ବ୍ୟସ୍ତ! କେତେ ବିବ୍ରତ!

ସାମାନ୍ୟ ମୋ ଦେହର ଟିକିଏ କ୍ଷତ ପାଇଁ।

ଆଉ ତୁମ ଅଭିମାନି ଆଖି ବି

କିଛି କମ୍ କଷ୍ଟ ପାଇନଥିଲା,

ସେ ବଦମାସ୍ ଲୁହ ଗୁଡାକୁ ବୁହାଇ ବୁହାଇ।


ଶୁଣ!

ତୁମ ପାଇଁ ହୃଦୟରେ ଯୁଗ ଯୁଗାନ୍ତର 

ସାଇତା ପ୍ରେମ ଗୁଡାକୁ ପରସି ଦେବାକୁ

ଏ ସଙ୍କୁଚିତ ଚିଠିର କାନ୍ ଭାସ୍ ରେ ଜାଗା ଖୁବ କମ୍।

ତଥାପି, ସେଥିରୁ କାଣିଚାଏ ଜାକି ଜୁକି ଲେଖିଦେଇଛି।


ପାରିବତ,

ତୁମ ପ୍ରେମର ଗୋଲାପୀ ସ୍ପର୍ଶରେ

ସେମାନଙ୍କୁ ତାରୁଣ୍ୟତାର ଚମକ ଦେବ।

ତୁମ ନିଶ୍ୱାସର ସଞ୍ଜିବନୀ ମନ୍ତ୍ରରେ

ସେମାନଙ୍କୁ ଆୟୁଷ୍ମାନ କରିଦେବ।

ମୋ ଆକାଶର ଜହ୍ନକୁ

ତୁମ ପୋଖରୀର କଇଁର ହସରେ

ନିରନ୍ତର ପ୍ରେମ ଦେଉଥିବ.....।

ମୁଁ ଏବେ ବି ତୁମ ପ୍ରେମ ସ୍ପର୍ଶ ପାଇଁ ଅପେକ୍ଷାରତ....

(ଇତି)

ତୁମ ପ୍ରେମର ପ୍ରେମିକ......'ଆକାଶ'।



Rate this content
Log in

Similar oriya poem from Tragedy