STORYMIRROR

Sanjya Tripathy

Romance Tragedy

4  

Sanjya Tripathy

Romance Tragedy

ପ୍ରେମିକା (୩)

ପ୍ରେମିକା (୩)

1 min
189


ବସଂତର ଚୋରା ସମୀକରଣରେ

ଚୁମେ ଆସ ମୃଦୁଦ ମଳୟରେ

ସାଥେ ନେଇ କୌମୁଦୀ ସୌରଭ

ମହକି ଯାଏ ଶାନ୍ତ, ସୁରଭିତ ପରିବେଶ

ଚୁମ ଅନାବିଳ ଆକର୍ଷଣର ଅକଟୋପସୀ ବଂଧନରେ

ମୁଁ ବାଧ୍ୟ ହୋଇଯାଏ ଅଛି ସଂପର୍କର

ସୁରମ୍ୟ ସୃଜନଶୀଳତାରେ

ତୁମ ଦେହର ମାନଚିତ୍ର ଉପରେ

ଏକ ଝଡ ବହିଗଲା ପରେ

ଅଳସୀ କନ୍ୟା ତୁମେ ଉଠି ସଜ ହସରେ

ତୁମ ଏକାଂତ ଆତ୍ମ ସମର୍ପଣର ଉଜାଣି ଯମୁନାରେ

ମୋର ଆମ୍ବା ଭିଜିଯାଏ ଆଦ୍ୟ ମୌସୁମୀର ସୀତ୍କାରରେ

ପ୍ରିୟ ବ୍ୟାଧବୀ ତୁମ ଚଲାପଥକୁ ସ ନୟନରେ

ଚାହିଁ ରହେ ବିଳପିଯାଏ ମୁଁ ତୁମ ଅନୁପସ୍ଥିତିରେ

ତୁମର ସୁତୀକ୍ଷଣ ଦୃଷ୍ଟିର ମୁହ୍ୟମାନ ତୀବ୍ରତାରେ

ଶିରିଶିରି କାଲୁଆ ପବନରେ ମୁଁ ଶୀତେଇଯାଏ

ପ୍ରଲୁକ୍ତ ପଗ ମୁଁ ଆଶ୍ର ନିଏ ପ୍ରିୟାର ପଣତକାନିରେ

ତୁମ ଗୋଲାପୀ ଓଠର ଉର୍ମି ଅଧୁରା ସ୍ପର୍ଶରେ ମୁଁ ଚକିତ

ଚମକୃତ ତୁମ ଅନୁପମ ସୌନ୍ଦର୍ଯ୍ୟର ଦନବନରେ

ତୁମେ ଆସ ଶୀତରାତିର ବେଥୁଭରା ସୀତ୍କାର ଓ ଚିତ୍କାରରେ

ଶିହରଣମାନଙ୍କର ଝଡରେ- ମାସର ବିଳାପରେ

ଶିଳାପଦ୍ମରେ ଖୋଦିତ ନଗ୍ନ ଭାସ୍କର୍ଯ୍ୟର ମହାମହିମାରେ

ତୁମେ ଆସୁସ୍ଥଲ ଚୋରା ଚୋରା ପ୍ରୀତିର ଚୋରା ଚଇତିରେ

ତୁମ ଦେହର ବାସନାରେ ମଲ୍ଲୀର ଶୀତଳ ସ୍ପର୍ଶ

ଖେଳେଇଯାଏ ମୋ କୋଠରୀ ନୀରବତା ଭିତରେ

ବିଶ୍ୱସ୍ତ ପ୍ରେମିକ ମୁଁ ଚାହିଁବସେ ତୁମ ଆଗମନ ପଥକୁ

ଆଦ୍ୟ ଓଁକାର ଧ୍ବନିରେ ଝକୃତ ତୁମ ଆଗମନୀ ସଂଗୀତକୁ

ଯାହାକୁ ପାଥେୟ କରି ମୁଁ ଅତିକ୍ରମ ଯାଏ ଅଗୁଗୁଁ ବନସ୍ତ

ଗୀଗେୟ ଉପତ୍ୟକା ଓ ମହେନ୍ଦ୍ର ତନୟା

ତୁମର ଅମ୍ବେଷାରେ କଂପିତ ଓ ହତବାକ

ମୁଁ ବିଚରା ବିରହ ବିଧୂର ପ୍ରେମିକ

ତୁମ ଚକ୍ଷୁ ଯୁଗଳର ସଦ୍ର ଆକର୍ଷଣରେ

ମୁଁ ମହାମୋହିତ ମେଘଳା ପଞ୍ଚୁକ

ତୁମ ଅନୈଦ୍ୟ ରୂପର ପୂଜାରୀ

ମୁଁ ଚିତ୍ରକର ତୁମ ତନୁମନର

ତୁମ ଅଦର୍ଶନରେ ମୁଁ ଅସହାୟ

ମୋ ଦେହରେ ଭରିଯାଏ ଆସନ୍ତି ମୃତ୍ୟୁର

ହିପ ଶୀତଳତା

ଜୀବନ ପ୍ରଦୀପ ଲିଭିବା ପୂର୍ବରୁ

ଆସି ଆଇଂଗି ଯାଅ ମୋତେ

ଉତ୍ସାହିତ କରି ଯାଅ

ମୁଁ ବରିନେବି ମୃତ୍ୟୁ

ବିନା ଦ୍ବିଧାରେ- ବିନା ଭୟରେ

ମୃତ୍ୟୁ ଚେତନା ଜୀବଂତ ହେବାର ବେଳାରେ

ତୁମେ ଲେଖିଚାଲ ଆମୂଲିପି ଆମ ଅଜ୍ଞାତବାସର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance