STORYMIRROR

Biplab Pati

Romance

2  

Biplab Pati

Romance

ପ୍ରେମଗୋଲାପର ରଙ୍ଗ

ପ୍ରେମଗୋଲାପର ରଙ୍ଗ

1 min
138


ମଣିଷ ପରି ରଙ୍ଗ ବଦଳେଇ ନ ପାରି

କାଲି ଏଣ୍ଡୁଅଟେ ଆତ୍ମହତ୍ୟା କଲାବେଳେ

ମାଛକୁ ଶହେ ପାଞ୍ଚ ଜ୍ୱର

ଛତାକୁ ବତାସ ଅପେକ୍ଷା ସର୍ଦ୍ଦି ର ଭୟ

ବୁଝାମଣା ବେଳେବେଳେ ଖୁବ ବେଶୀ

ବୋଝ ପାଲଟିଯାଏ ବୋଲି

ନୈତିକତାର ମଶାଣୀରେ ମଣିଷ


କୁହ 

କୋଉଠୁ ଆରମ୍ଭିବି

ଗୋଲାପର ରଙ୍ଗ

ରଜନୀଗନ୍ଧାର ସାରା ରାତିର ସ୍ୱପ୍ନ

ଗଙ୍ଗଶିଉଳିର ଝୁରିବାପଣ

ଅବା

ଡିମିରି ଫୁଲର ଅଦୃଶ୍ୟ ମନ


କାଲି ଦୋକାନୀଠୁ ତୁମେ ଆଉ କା' ପାଇଁ

ଗୋଲାପ କିଣୁଥିବା ବେଳେ 

ତୁମ ପୁରୁଣା ଡ୍ରେସ ପରି

 ମୋ ବେକାରୀ ଜୀଵନ

ହୃଦୟରେ ହ୍ୟାଙ୍ଗରଟେ ବି 

ଲୋଡ଼ି ପାରୁନି ...


ଦେଖୁଛି 

ଅରଖ ଗଛର ପାକଳ ଫଳଟେ ଫାଟିଛି

ମନ ମଞ୍ଜିର ଦେହରେ 

ଧୋବ ଫର ଫର ପରୀ ର ଡେଣା


ବୁଝିଛି

ଶିମିଳି ତୁଳାର ଜୀବନରୁ

ସେ ମଞ୍ଜି ଗୁଡ଼ାକ ତ

 ଅଲଗା କରିଦେବାକୁ ହୁଏ

କାହାକୁ ମନ କି ହୃଦୟ ଦେଇ

ମୁଣ୍ଡ ତଳେ ତକିଆ କରି 

ଥୋଇବା ବେଳେ


ତଥାପି 

ସେଇ ଫୁଲ ଦୋକାନୀର 

ସୋ କେଶରେ 

ଆକ୍ବାରିୟମରେ ମାଛପରି

ପହଁରୁଥାନ୍ତି ବି 

ବୋତଲ ଅବା ବଏମରେ

କିଛି ଗୋଲାପ କି ଚମ୍ପା ଫୁଲ

ଢେର ପୁରୁଣା ଅଥଚ ଆଜିଠୁ ବି

ଖୁବ ସତେଜପଣରେ


ଢ଼େରଥର ଭାବିଛି

ପଚାରିବି 

ଏ ଫୁଲ ..... ମନ 

ଏମାନେ ଏମିତି

ମଉଳିଯାଆନ୍ତି କାହିଁକି


ଅଥଚ କିଛି ଫୁଲ ପୁଣି


ଫୁଲର କୋଉବା ଇଚ୍ଛାଥାଏ

ଝରି ଯିବାକୁ


ପରିବାଵାଲା,ଫଳବାଲା,ଫୁଲବାଲା

ଅହରହ ପାଣି ସିଞ୍ଚୁଥିବା ବେଳେ

ଶେତା ପଡ଼ି ସରିଆସୁଥାଏ 

ଜୀବନ...ଆୟୁଷ

ଜରି ଖୋଳ ଦିଆ ଫୁଲତୋଡ଼ାରେ

କେବେଠୁ ବି ଶୁଖି ଗଲାଣି ମନ ।


ମନେ ଅଛି

ପଚାରିଥିଲି ଥରେ ଅଧେ କାହାକୁ

କହିଥିଲା ବି ସେ ଦୋକାନୀ 

ଲୁଣ ମିଶା ପାଣି ଟିକେ 

ସିଞ୍ଚିଦେଲେ କାଳେ

ବେଶୀ ସମୟ ସତେଜ ରଖିପାରେ

ଫୁଲ ମାନଙ୍କୁ

ଫ୍ରିଜ ବି କାମ ନୁହଁ

ଯୋଉଠି ଗଛ ବି ପାରେନି

ସେଠି....


ଲୁହରେ ଲୁଣ ମିଶି ଥାଇପାରେ

ସେଲାଗି ବୋଧେ ଲୁଣିଆ ଲାଗେ ?


ନିଅ ପାପୁଲି ଆଉ ବୋତଲରେ

ଖାଲି ଲୁହ ଆଉ ଲୁହ

ଏମିତିରେ କାକର ଭିଜା ଗୋଲାପର

ସତେଜତା ....ସୌନ୍ଦର୍ଯ୍ୟରେ

ବିଭୋର ହୋଇପାରେ ନୂଆ ସକାଳ ।


ଝରିଯିବାର ହସ ,ଝୁରିବାର ସାହସ

ଝୁମିବାର ବୟସଠୁ ନିହାତି ଅଲଗା ।


 ଯୋଉଠି ମାଳି କି ଦୋକାନୀ

କଇଁଚିର ଧାରୁଆ ଦାଢ଼ରେ

ଡାଳ,ପତ୍ର ଓ କଣ୍ଟା ମାନଙ୍କୁ

କାଟି ପକେଇ 

ଗୋଲାପଟି ବଢ଼େଇ ଦେଉଥାଏ

ସେଠି ପବନରେ ମତୁଆଲା

କେଶରାଶିରୁ ହାତ ବୁଲେଇ ଆଣି

ବୟସ୍କ ଦିଶୁଥିବା ପାଖୁଡ଼ାମାନଙ୍କୁ

ତୁମେ ଛିଡ଼େଇଦେଇଗଲାପରେ

ତୁମ ଯିବା ବାଟକୁ ଚାହିଁ 

ଅନ୍ୟମନସ୍କତାରେ 

ହାତ ବାଜି କାଚ ବୋତଲଟା 

ଭାଙ୍ଗିଯିବା ପରେ

ମୋ ରକ୍ତାକ୍ତ ହାତପାପୁଲିରେ 

ସେ ବୟସ୍କ ରଂଗଛଡ଼ା 

ଗୋଲାପ ପାଖୁଡ଼ାମାନଙ୍କୁ

ଏବେ ରଙ୍ଗ ଫେରିଛି


ସେଲାଗି ଭାବୁଛି

ପ୍ରେମ କଣ୍ଟାର ଆଘାତରେ

ଗୋଲାପ ଗୋଟେ

ଆହତ ଫୁଲର ରଙ୍ଗ

ଯା'ର ଝୁରିବାପଣ 

ବେଶ୍ ମହ ମହ।

    -୦-

                       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance