STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ପ୍ରେମ

ପ୍ରେମ

2 mins
143


 


ପ୍ରେମ ଏକ ପୁଲକ,ପ୍ରେମ ଏକ ଆକର୍ଷଣ

ପ୍ରେମ ଏକ ଅନୁଭବ, ଏକ ଉତ୍ସର୍ଗୀକୃତ

ପ୍ରେମ ଏକ ନୀଳ ପଦ୍ମ, ପ୍ରେମ ଶାଶ୍ୱତ

ପ୍ରେମ ସ୍ବର୍ଗୀୟ, ପ୍ରେମ ମହନୀୟ l

ପ୍ରେମ କେବେ ମଦିରା, ପ୍ରେମ କେବେ ପ୍ରଣୟ

ପ୍ରେମ ମନ ବୃନ୍ଦାବନ, ବିରହିର ଅନୁରାଗ

ପ୍ରେମ ସ୍ବପ୍ନ ଭରା ରାତି, ପ୍ରେମ ପୁଲକିତ ସ୍ମୃତି l

ପ୍ରେମ ପାଇଁ ହୃଦୟ ଲୋଡ଼ା, ଯେମିତି ଜଳେ ସଞ୍ଜବତୀ

ପ୍ରେମ ବିରହୀଣୀ ରାଧାର ଚଇତି ପ୍ରେମ ମୀରାର ନିସ୍କୃତି

ପ୍ରେମ ଆଣେ ତାତି ପ୍ରେମ ଭଜନ କୀର୍ତ୍ତନ ସଂସ୍କୃତି

ପ୍ରେମ ଗୋଟେ ଋତୁ ପ୍ରେମ ମାଗେ ପ୍ରୀତି l

ପ୍ରେମ ବି ବିରହ ପ୍ରେମ ମଉନା

ବତୀ

ପ୍ରେମ ଉଛୁଳା ଯୌବନର ସୁଗନ୍ଧିତ ତାତି

ପ୍ରେମ ନିସ୍କୃତି ପ୍ରେମ ଆଦିମ ଆତ୍ମରତି l

ପ୍ରେମ ପୁରାଣ କିମ୍ବଦନ୍ତୀ ସେଥିରେ ଥାଏ ଆତ୍ମାହୁତି

ପ୍ରେମ ସବୁ ଯୁଗରେ ସବୁ ଋତୁରେ ମନ ତଳ ମୈତ୍ରୀ

ପ୍ରେମରେ ଧୋକା ପ୍ରତାରଣା ରତି ବାଜେ ସଂସ୍କୃତି

ପ୍ରେମ ନିର୍ମଳ ଗଙ୍ଗାଜଳ ବୃନ୍ଦାବତୀ l

ପ୍ରେମ ଆବାହନ ଓ ଅବତରଣ ବିଦଗ୍ଧ ପରିମିତି

ପ୍ରେମର ଭାଷା ହୃଦୟରେ ସ୍ୱତନ୍ତ୍ର ଜାଗୃତି

ପ୍ରେମ ନଥିଲେ ଦୁନିଆଁ ବଞ୍ଚିଥାଆନ୍ତା କେମିତି l

ପ୍ରେମ ରଜ୍ଜୁରେ ବନ୍ଧା ସଜୀଵ ନିର୍ଜୀଵ ପୀରତି

ପ୍ରେମ ପଥ ନୁହେଁ ଅଧୁରା ଖାଲ ଢିପ ଦ୍ବିରୁକ୍ତି

ପ୍ରେମ କରି ଥରେ ଦେଖ ନିଶ୍ଚୟ ମୋକ୍ଷ ପ୍ରାପ୍ତି l



Rate this content
Log in

Similar oriya poem from Abstract