ପ୍ରେମ
ପ୍ରେମ
ପ୍ରେମ ହୋଇଥାଏ ନିଷ୍କାମ ଓ ନିର୍ବିଷୟ
ପରମାତ୍ମା ଏକାକୀ ହିଁ ପ୍ରେମର ବିଷୟ ।
ଏଭଳି ପ୍ରେମ ସଭିଙ୍କୁ କେବେ ନମିଳଇ
ଭକତ ଭାଗ୍ଯରେ ସଦା ଏ ପ୍ରେମ ମିଳଇ ।
ପ୍ରେମରେ ବ୍ୟଗ୍ରତା ବ୍ୟଥା ବିକଳ ରୋଦନ
ରତି ପ୍ରଗାଢ ପୀରତି ସଦା ବିଦ୍ୟମାନ।
ପ୍ରେମର ଅଶ୍ରୁ ସିନା ଅଟଇ ବରଦାନ
ଶୋକ ଅଶ୍ରୁ ଅଭିଶାପ ବୋଲି ତାକୁ ଜାଣ।
ହରିପ୍ରେମ ରସ ସ୍ଵାଦ ବଢିଗଲା ପରେ
ରସସିକ୍ତ ହୋଇଯାଏ ରସନା ତହିଁରେ ।
ଇନ୍ଦ୍ରିୟଙ୍କର ଦଉଡ ଆପେ କମିଯାଏ
ଅନୁପମ ସୁଖ ନିଜେ ଖୋଜି ଘରେ ରହେ।
ଯେତେବେଳେ ହରିପ୍ରେମ ରସାସ୍ୱାଦ ମିଳେ
ହରି ବିନା ଆନ ନଦିଶଇ ସେତେବେଳେ ।
ଈଶ୍ବର ପ୍ରେମ ପ୍ରାପ୍ତିରେ ସବୁ ଭୁଲେ ନର
କିଛିହିଁ ବାହ୍ଯ ବସ୍ତୁରେ ନଥାଏ ଆଦର ।
ଜଗତର ଖିଆଲ ତାହାର ନରହଇ
ଏମିତିକି ନିଜ ପ୍ରିୟ ଶରୀର ଭୁଲଇ ।
ଏପରି ଅବସ୍ଥା ଯଦି ଆସଇ କାହାର
ଜାଣିବ ପ୍ରଭୁଙ୍କ ପ୍ରେମ ଲାଭ ହେଲା ତାର ।
