ପ୍ରେମ
ପ୍ରେମ
ଅଢେଇ ଅକ୍ଷରରେ ଗଢା ଯେ ହୁଏ,
ନାଁ ତା'ର ପ୍ରେମ ଭାରି ପବିତ୍ର ସିଏ ।
ଈଶ୍ବରଙ୍କ ସିିିଏ ଅନବଦ୍ୟ ସୃୃଷ୍ଟି,
ସଂସାର ପାଇଁ କି ସେ ଅନନ୍ୟ ଭେଟି
ବିିଶ୍ୱାସ ଅଟଇ ଅନ୍ୟ ନାମ ତା'ର,
ଆସ୍ଥା ଭାଜନର ଅଟେ ମୂଳାଧାର ।
ଫୁଲ ପରି ସଦା ନରମ ଥାଏ ସେ,
ଚନ୍ଦନ ପରି ସେ ନିିିନ୍ତରର ବାସେ ।
ଦୁଇଟି ହୃଦୟର ବନ୍ଧନ ଟିଏ,
ବିିିରହ ବେଦନାର ମଲମ ସିିିଏ।
ନିିିର୍ଝରିଣୀର ସେ କୁଳୁୁୁକୁଳୁ ନାଦ,
ହୃଦୟ କୋଣର ଅବ୍ୟକ୍ତ ଶବଦ ।
ପିିିତାମାତାଙ୍କ ସେ ସ୍ନେହ ବୋଳା ବାଣୀ
ଅତୁଟ ବନ୍ଧନର ଜାଳ ଦିିିଏ ବୁଣି ।

