STORYMIRROR

PRABHAS KUMAR MOHAPATRA

Romance

2  

PRABHAS KUMAR MOHAPATRA

Romance

ପ୍ରେମ

ପ୍ରେମ

1 min
138

ପ୍ରେମ ହିଁ ଆରମ୍ଭ ପ୍ରେମ ହିଁ ଶେଷ

ପ୍ରେମ ହିଁ ପିଣ୍ଡ ପ୍ରଶ୍ବାସ

ପ୍ରେମ ପାଇଁ ନର ହୁଏ ସେ ଅମର

ଜୀବନ ହୁଏ ସରସ


ପ୍ରେମ ପାଇଁ କିଏ ଜୀବନ ଦେଇଛି

ରଚିଅଛି ଇତିହାସ

ପ୍ରେମ ପାଇଁ ନର ସୃଷ୍ଟି ରେ ଯେ ତାର

ରଖି ଯାଇଅଛି ଯଶ


ଦୁଇଟି ହୃଦୟ ଦୁଇଟି ମନର

ପ୍ରେମ ଅଟେ ଯେ ଶିକୁଳି

ପ୍ରେମ ବନ୍ଧନ ରୁ କେବେ କେହି ଭାଇ

ପାରିନାହିଁ ଯେ ମୁକୁଳି


ନାହିଁ କେହି ଏଠି ଏମିତି ଜନଟି

ନାହିଁ ତାର ଏତେ ଶକ୍ତି

ପ୍ରେମ ପରି ଏଠି ସୁନ୍ଦର ନିଡ ଟି

ଭାଙ୍ଗି ଦେବ ତାର ଶକ୍ତି


ପ୍ରେମ ପାଇଁ କିଏ ନିଆଁ କୁ ଡେଇଁଛି

ପିଇ ଅଛି କିଏ ବିଷ

ପ୍ରେମ ଅସ୍ତ୍ରେ ଏଠି ସଭିଙ୍କୁ ସବୁଠି

ହୁଏ କରି ଭାଇ ବସ


ପ୍ରେମ ଏକ ଭାଇ ଏମିତି ଗୁଣ ଯେ

ପାରେନା ଝାଡି ଗୁଣିଆ

ଯେତେ ଫୁଙ୍କା ଝଡା କଲେ ମଧ୍ୟ ଗୁଣି

ଛାଡେନା ପ୍ରେମ ଦୁନିଆ


ପ୍ରେମ କରେ ଏଠି ନିଜର ସଭିଙ୍କି

ହେଉ ପଛେ ଯେତେ ପର

ପ୍ରେମ ବିନା ଏଠି ନିଜର ଲୋକଟି

ଯାଏ ହୋଇ ସାତ ପର


ପ୍ରେମ ଅଛି ବୋଲି ପଦ୍ମ ଯେ ଫୁଟିଛି

ଯେ ପଙ୍କ ମଧ୍ୟେ ସୁନ୍ଦର

ଅଛି ବୋଲି ପ୍ରେମ ଚାହେଁ କଇଁ ଜହ୍ନ

ଖୋଲେ ଯେ ପାଖୁଡ଼ା ତାର


ପ୍ରେମ ରଚି ଅଛି ରଚିବ ଭାଇ ଟି

କେତେ ଇତିହାସ ତାର

ରହିଥି ପ୍ରେମ ଛାଡୁଥିବ ଚିହ୍ନ

ଯୁଗ ଯୁଗ ସେ ଅମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance