STORYMIRROR

Biswanath Nayak

Romance

4  

Biswanath Nayak

Romance

ପ୍ରେମ

ପ୍ରେମ

1 min
199


ପ୍ରିୟା ହୋଇ ଯେବେ ଅଭିମାନ ନାହିଁ,

ପ୍ରେମରେ କି ମିଠା ଥାଏ।  

ଟିକେ ଆଡରୁଷା ମୁହଁ ଫୁଲାଫୁଲି,

ନ ଥିଲେ କି ପ୍ରେମ ସିଏ।  

ପ୍ରେମ ପାରାବାରେ ଲହଡି ନଥିଲେ,

ସେଥିରେ କି ଡୁବି ହୁଏ। 

ପ୍ରେମ ସକାଳରେ କୁହୁଡି ନ ଥିଲେ,

ସୁରୂଜ କି ଲୁଚି ଚାହେଁ!

ପ୍ରେମ ସଞ୍ଜବେଳେ ଚଉରା ମୂଳରେ,

ପ୍ରେୟସୀ ଯଦି ନଥାଏ। 

ହାତେ ସଞ୍ଜବତୀ ଜାଳି,

ପ୍ରେମିକର ଶୁଭ ମନାସିବ କିଏ ?

ପ୍ରେମୀ ଆଷାଢର ବରଷାରେ ଯେବେ,

ପ୍ରେମିକା ଭିଜି ନ ଥାଏ। 

ପତ୍ରଝଡା ଦିଏ ଆଶା ଉପବନ,

କାଳ ବଇଶାଖୀବହେ।  

ପ୍ରେମ ବସନ୍ତରେ ପ୍ରେମିକା କାନରେ,

କୋଇଲି ଯଦି ନଗାଏ। 

କୋଇଲିର କୁହୁ ଲାଗଇ ବେସୁରା,

ସାତ ସୁର ହଜିଯାଏ।  

ପ୍ରେମ ପୂଜାରିଣୀ ଯେବେ ଅର୍ଘ୍ୟ ଧରି,

ନ ଖୋଲେ ପ୍ରେମ ମନ୍ଦିର। 

ମନ୍ଦିର ର ବେଢା ପାଏନାହିଁ ଶୋଭା,

ଯେତେ ଜାଳିଲେ ଜାଗର।  

ପ୍ରେମ ଚଇତି ରେ ସ୍ନେହ ଆମ୍ବ ଡାଳେ,

ନ ହେଲେ ପ୍ରିତୀ ବଉଳ।  

ଅନୁରାଗ କୁଞ୍ଜ ଲାଗେ ନିଛାଟିଆ,

ପୀୟୂଷ ଲାଗେ ଗରଳ।  

ଯେବେ ପ୍ରେମ ଝର କୁଳୁକୁଳୁ ନାଦେ,

ପ୍ରେମିକା ମନେ ନ ବହେ। 

ସସାଗରା ଧରା ମରୁ ସମ ହୁଏ,

ମରୁଝର ଲୁଚି ଯାଏ। 

ପ୍ରେମ ଗୋଲାପରେ କଣ୍ଟକ ନ ଥିଲେ,

ନାହିଁ ସେଥିରେ ମହକ। 

କଣ୍ଟାର ପରଶ ଅଗ୍ନି ପରୀକ୍ଷା ରେ,

ପ୍ରେମ ଦିଶେ ଜକଜକ।  

ପ୍ରେମର ଯଜ୍ଞରେ ସ୍ଵାର୍ଥର ଆହୁତି,

ପ୍ରେମକୁ କରେ ଅମର।  

ପ୍ରେମ ହିଁ ଜୀବନ ପ୍ରେମ ଚିରନ୍ତନ,

ପ୍ରେମ ହିଁ ଅମୃତ ଝର।  

ପ୍ରେମ ହିଁ ଅମୃତ ଝର। 



Rate this content
Log in

Similar oriya poem from Romance