Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Romance Inspirational

3  

Dr. Rajib Lochan Panigrahy

Romance Inspirational

ପ୍ରେମ

ପ୍ରେମ

1 min
198


ପ୍ରେମ ହିଁ ଶାଶ୍ୱତ

ପ୍ରେମ ଚିରନ୍ତନ

ପ୍ରେମରେ ନଥାଏ

ବାଛ ବିଚାର

ପ୍ରେମରେ ଚାଲିଛି

ଏ ସାରା ସଂସାର |


ପ୍ରେମ କହିଲେ

ବୁଝୁ ରାଧା କୃଷ୍ଣ ପ୍ରେମ

ରାମ ଲକ୍ଷ୍ମଣ ହନୁମାନ

ସୀତା ସାବିତ୍ରୀ କଥା

ଯେଉଁଠି ରହିଛି

ସନାତନ ଧର୍ମ |


ପାଶ୍ଚାତ୍ୟେ ବୁଝନ୍ତି

ଆଦମ ଇଭଙ୍କ ସମ୍ପର୍କ

ଯେଉଁଠୁ କୁହନ୍ତି

ସେମାନେ ସୃଷ୍ଟିର ଆରମ୍ଭ |


ଘରେ ପୁରେ ପ୍ରେମ

ଭାଇ ଭାଇ ଭିତରେ

ଭାଇ ଭଉଣୀ ମଧ୍ୟରେ

ବନ୍ଧୁ ବାନ୍ଧବରେ

ସାହି ପଡିଶାରେ

ଯାହାକୁ କୁହନ୍ତି

ଏଠି ମାନବବାଦ |


ଏବେ ପ୍ରେମ କହିଲେ

ଛଳନା ଲାଞ୍ଚନା

ପ୍ରତାରଣା ପ୍ରହେଳିକା

ଲୁଣ୍ଠନ ଅପବାଦ

ରାହାଜାନି ଧର୍ଷଣ

ହତ୍ୟା ପ୍ରେମର ପରିଣାମ |


ପ୍ରେମ ହୋଇନାହିଁ

ଶାଶ୍ୱତ କି ବିଶ୍ୱାସର

ପ୍ରେମ ଏବେ ପାଲଟିଛି

ରାଜନୀତି ଓ ବ୍ୟବସାୟ

ପ୍ରେମରେ ଠକାମୀ

ଏବେ ଚାଲାକ ପଣ

କିନ୍ତୁ ମନ ମଧ୍ୟରେ

ବସା ବାନ୍ଧିଥିବା ପକ୍ଷୀଟି

ହୁଏ ଆହତ |


ଏ ଯୁଗରେ ଯିଏ

ନ କରିଛି ପ୍ରେମ

ତା ଜୀଵନ ଆକାରଣ

ପ୍ରେମ କରିବା ଏବେ

ପାଲଟିଛି ନିଶା

ନ ପାଇଲା ପର୍ଯ୍ୟନ୍ତ

ଛାଡିବନି ଆଶା |


ପ୍ରେମ କହିଲେ ଏବେ

ବୁଝନ୍ତି କାମ

କାମନା ବିହୀନ ପ୍ରେମ

ଏବେ ବାଟବଣା

ଏବେ

କାମର ଅନ୍ୟ ନାମ ପ୍ରେମ

ଦୈହିକ ସୁନ୍ଦର କେବେ ଥିଲା

ଚର୍ମର ଆବରଣ

ଏବେ କିନ୍ତୁ ପ୍ରେମର ଆକର୍ଷଣ

ଧନ ଥିଲେ ହୋଇଯାଏ ପ୍ରେମ

ସରିଲା ପର୍ଯ୍ୟନ୍ତ ଅବା

ହଟେଇଲା ଯାଏଁ

ଚାଲେ ଘନ ଘନ

ପଇସା ସୌନ୍ଦର୍ଯ୍ୟ ନଥିଲେ

କି ପ୍ରେମ କି କାମ

ପ୍ରେମ ଏବେ ଧ୍ୱଂସମୁଖୀ

କାହୁଁ ମିଳିବ ସୁଖ ଶାଶ୍ୱତ

ତଥାପି ବଞ୍ଚିଛି

ଶାଶ୍ୱତ ସୁଖ ଓ

ଶାଶ୍ୱତ ପ୍ରେମ |



Rate this content
Log in

Similar oriya poem from Romance