Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Romance

3  

PRABINA KU, KHADANGA

Romance

ଅଭିମାନ ବୁଝାବଣା

ଅଭିମାନ ବୁଝାବଣା

1 min
681


ଦୂରେ ବହୁଦୂରେ ଅଛ ତୁମେ ପ୍ରିୟା

ହୁଅଇ ଅବୁଝା ଏ ମନ

ପ୍ରତି ମୁହୂର୍ତ୍ତରେ ତୁମ ଭାବନାରେ

କଟେ ମୋର ରାତି ଦିନ ।

ଅପେକ୍ଷା ସମୟ ଭାରି ଯନ୍ତ୍ରଣା ଦିଅଇ

ମନେ ପଡେ ଯେବେ ତୁମ ସ୍ମୃତି

ଢଳ ଢଳ ହୁଏ ମୋର ଦୁଇ ଆଖି

ଦେଖି ତୁମ ଉପହାର ସାଥି ।

ସାଇତି ରଖିଛି ତୁମ ସ୍ନେହର ଡୋରିକୁ

ଯାହା ଆମ ପ୍ରେମ ମୁକ ସାକ୍ଷୀ

ମନ୍ଦିର ପାଖରେ ଠାକୁରାଣୀଙ୍କ ସାମ୍ନାରେ

ଯାହା ଦେଇଥିଲ ତୁମେ ବାନ୍ଧି ।

ଏକାକୀ ସନ୍ଧ୍ୟାରେ ବସି ଜହ୍ନକୁ ଦେଖିଲେ

ମନେପଡେ ତୁମ ରାଗ ଅଭିମାନ

ବୁଝାଇ ପାରେନା ମନକୁ ମୋହର କାହିଁକି

ଭାଙ୍ଗିପାରେନା ସୁଖ ସପନ ।

ଅବୁଝା ରାଗ ପୁଣି ଟିକେ ଅଭିମାନ 

ଭଲ ଲାଗେ ଭାରି ମୋତେ

କେତେ ସରାଗରେ ମିଠା କଥା କହି

ବୁଝାଏ ବସି ମୁଁ ତୋତେ ।

ଆଖିରେ ତୋହର ଲୁହ ଆସିଗଲେ

ମୋ ଆଖି ବି ଯାଏ ଭରି

ସବୁ ହସ ଖୁସି ଅଜାଡ଼ି ଦେବି ଲୋ

ତତେ ମୁଁ ନିଜର କରି ।

କହିଦେଉ ଯେବେ ଭଲ ପାଓ ନାହିଁ ବୋଲି

ହୃଦୟକୁ ଭାରି ବାଧେ

କେମିତି ବୁଝାଇବି ତୋତେ ଲୋ ବାୟାଣୀ

ଜହ୍ନକୁ ପାଇଛି ହାତେ ।

ତୁମ ମତୁଆଲା ଚୋରା ନୟନ ଚାହାଣି

ନିଏ ମୋ ମନକୁ କିଣି

ଯୋଡି ଦେଲି ତୁମ ସହ ମୋ ହୃଦୟ ଠିକଣା

ଲେଖିବାକୁ ନୂତନ କାହାଣୀ ।


Rate this content
Log in

Similar oriya poem from Romance