STORYMIRROR

Reeta aparajeeta Mohanty

Romance

3  

Reeta aparajeeta Mohanty

Romance

ଲୁହରେ ଲେଖୁଛି ଚିଠି

ଲୁହରେ ଲେଖୁଛି ଚିଠି

1 min
787



ବର୍ଷା ର ବୁନ୍ଦା ନେଇ 

ଚିଠି ଲେଖିବି ବୋଲି ଭାବୁଥିଲି

ହେଲେ ସେବେ ଖାଲି 

ପ୍ରବଳ ପ୍ରଖର ଖରା ହେଲା

ମଲୟର ମହକ ନେଇ 

ଚିଠି ଲେଖିବି ବୋଲି ଭାବୁଥିଲି

ଆଉ ଆମ ସହର କୁ 

ଫଗୁଣ ଆସିଲାନି

ପ୍ରିୟାର ପ୍ରତୀକ୍ଷା ରେ ଦିନ ପରେ 

ଦିନ ବିତିଗଲା 

ସେ ଦେଲାନି ଉତ୍ତର 

ମୋ ଗୋଲାପୀ ଚିଠି ଲେଖିବାର

ସମ୍ଭାବନା ରହିଗଲା

ଆଖିର ଲୁହରେ 

ପୁରା ତକିଆ ଭିଜିଗଲା

ତୁମ ମଥlରେ ସୁହାଗ ସିନ୍ଦୂର

ଭରି ଆମ ଘରକୁ ଆସିବନି 

ଲୁହରେ ଲେଖୁଛି ଚିଠି 

ନାହିଁ ଅଭିମାନ 

କିଛି ଅଭିଯୋଗ 

ମୋ ଝାପ୍ସା ଅକ୍ଷରରେ 

ଲେଖା ଚିଠି

ଲୁହରେ ଵତୁରା ଚିଠି ପଢି 

ବୁଝିଯାଅ ଏ ଜନ୍ମ ରେ 

ନହେଲେ ନାହିଁ 

ଆର ଜନ୍ମରେ ମୁଁ ତୁମ ଅପେକ୍ଷାରେ।

ଆମ ସମ୍ପର୍କର ମଧୁର ସ୍ମୃତି 

ହୃଦୟ ସିନ୍ଧୁକ ରେ 

ସାଇତି ରଖିବ

ଲୁହ ସବୁ ସାଇତି ରଖିବ 

କେବେ କାନ୍ଦିବନି ଏ ଅସଫଳ ପ୍ରେମ ପାଇଁ

ଏ ଜନ୍ମରେ ନହେଲେ ନାହିଁ 

ଆର ଜନ୍ମକୁ ଅପେକ୍ଷା

ଇତି ତୁମ ପ୍ରିୟତ୍ତମ  ।


Rate this content
Log in

Similar oriya poem from Romance