ସ୍ମୃତି ତୋର
ସ୍ମୃତି ତୋର
ସ୍ମୃତି ତୋର କାର୍ତ୍ତିକ ଶୀତୁଆ ସକାଳେ,
ଆଣିଦିଏ ବୈଶାଖର ଅସହ୍ୟ ତାତି ;
ସ୍ମୃତି ତୋର ରାତିସାରା ଦିଏନାହିଁ ଶୋଇ,
ଆଉ ପାହିଯାଏ ଭାବିଭାବି ରାତି ।
ଏକାନ୍ତ ଏ ଚଲାପଥ ଏକା ଏକା ଚାଲିଥାଏ,
ପଥ ଶେଷ ନାହିଁ ମୁ ଯେ ନିରାଶ ବାଟୋଇ;
ଯନ୍ତ୍ରଣା ଯେ କଷ୍ଟପୂର୍ଣ୍ଣ ମନ ମଧ୍ୟେ ସର୍ଯ୍ୟାଶାୟୀ,
କେମିତି ସହିବି ଜାଣି ମୁଁ ଯେ ପାରେନାହିଁ ।
ଭାବୁଛି ମୁଁ ଭାବିବିନି ତୁମ କଥା ବେଶୀ ଆଉ,
ହେଲେ ତୁମ କଥା ମୋର ବେଶୀ ମନେ ପଡେ;
ରଖିଛି ମୁଁ ସାଇତିକି ତୁମକୁ ମୋ ଏଇ ହୃଦୟରେ,
ପ୍ରତିଟି ସ୍ପନ୍ଦନେ ଆଜି ତୁମ ସ୍ମୃତି ମୋର ଚାରିଆଡ଼େ ।
ଶତ ଚେଷ୍ଟା ପରେ ସତ ଭୁଲିପାରେନି ସେ ଅତୀତ,
ଯେତେଥର ମନେପଡ଼ ସେତେଥର ତାଜା ସେଇ କ୍ଷତ;
ମୃତ ପ୍ରାୟ ଅତୀତ ମୋ ଆଣିଦିଏ କଷ୍ଟ ବାରମ୍ବାର,
ମିଠା ସ୍ମୃତି ସବୁ ତୋର ସେ କ୍ଷତକୁ କରଇ ଜୀବନ୍ତ ।
ବର୍ଷାର ସେ ବୁନ୍ଦା ଯେବେ ମୋ ଆଖିକୁ କରେ ଓଦା,
ଝୁରେ ତୋତେ ଆଉ ମନେ ପଡୁ ତୁ ବେଶୀ ବେଶୀ;
ପ୍ରେମ ନୁହେଁ ସପନର ଫୁଲ ଫୁଟି ପୁଣି ମଉଳିବ,
ପ୍ରେମ ପବିତ୍ର ବନ୍ଧନ ଯାହା ଜନ୍ମଜନ୍ମାନ୍ତରେ ଥିବ ।