STORYMIRROR

Satyabati Swain

Romance

3  

Satyabati Swain

Romance

କେବଳ ତାର ହୋଇ

କେବଳ ତାର ହୋଇ

1 min
290

ଯିଏ

ମନକୁ ଘେନିବ

ପ୍ରାଣକୁ ଛୁଇଁବ

ହୃଦୟ ପଢି

ଆତ୍ମାର ନିଶବ୍ଦ କଥାକୁ

ବୁଝି ପାରୁଥିବ।


ସମ୍ଭାବନା ମୟ

ପୃଥିବୀ ମଞ୍ଚରେ

ମୋ ଦୃଷ୍ଟି କୋଣକୁ ପରଖି

ଶ୍ରଦ୍ଧା ସ୍ବୀକୃତିକୁ

ଆଲିଙ୍ଗନ କରିବ

ମୋ ଉଛନ୍ନ ପ୍ରବଣତାକୁ

କୋଳେଇ ନେବ ନିଃସଙ୍କୋଚରେ

ବିନା ଦ୍ବିଧାରେ।


ମୋର ଭୋକ ଭୁଇଁ

ସ୍ୱପ୍ନ ସଂଘର୍ଷ

ପେଟ ପିଠି

ଭାଷା ଭୁଗୋଳର

ପିଲାଳିଆମୀ ସହିବ ନିର୍ବୀକାରରେ।


ମୁଁ ଜୀବନ ତମାମ

ହେଇଯିବି ତାର

କେବଳ ବଞ୍ଚିବି

ତାର ପରିଚୟ ନେଇ

କେବଳ ତାର ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance