STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

କହି ପାରୁନି କିଛି

କହି ପାରୁନି କିଛି

1 min
296


ମୋତେ ଲାଜ ଲାଗୁଛି,

କହି ପାରୁନି କିଛି

କଣେଇ କଣେଇ କଳା କାହ୍ନୁ ଚାହୁଁଛି,

ମୋତେ ଲାଜ ଲାଗୁଛି।


ଶାଣ ଦିଆ ତା ଚାହାଣି,

ଜୀଗର ନିଏ ଲୋ ଝିଣି

ଜାଣି ଅଜଣା ପରାୟେ ଚାହିଁ ହସୁଛି,

ମୋତେ ଲାଜ ଲାଗୁଛି।


ଯମୁନା ଯିବାର କାଳେ ,

କେଳି କଦମ୍ବ ର ମୂଳେ

ବାଇ ମଧୁର ମୂରଲୀ ମନ ମୋହୁଛି,

ମୋତେ ଲାଜ ଲାଗୁଛି।


ଶୁଣି ତା ବଇଁଶୀ ସ୍ୱନ,

ମନ ମୋ ହୁଏ ଉଚ୍ଛନ୍ନ

ସରମ ତେଜି ମରମ ଘାରି ହେଉଛି,

ମୋତେ ଲାଜ ଲାଗୁଛି।


ଯଦି କାହିଁ କାହ୍ନୁ ନାହିଁ,

ମନ ହୁଏ ହାଇଁ ପାଇଁ

କାହିଁ ମୋ କଳା ରସିକ ଆଖି ଖୋଜୁଛି,

ମୋତେ ଲାଜ ଲାଗୁଛି।


ତେଜିଲି ଲାଜ ଯେତେକ,

ଆସ କଳା କଉତୁକ

କୋଳେ କରି ନିଅ ନାଥ ହାତ ଯୋଡୁଛି

ଆଉ ମାଗୁନି କିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance