STORYMIRROR

Satyabati Swain

Romance

3  

Satyabati Swain

Romance

ଅସ୍ତିତ୍ୱ

ଅସ୍ତିତ୍ୱ

1 min
182

ତୁମେ

ମେଞ୍ଚାଏ ସମ୍ମୋହନ

ମୁଠେ ମାୟା

ସ୍ୱପ୍ନର ଇଲାକା

ପ୍ରେମର ତାଜମହଲ।


ତୁମେ 

ମୋ ବଞ୍ଚିବା ସାଧନ

ଅଦ୍ଭୁତ ନିଶା 

ବିଚିତ୍ର ଅନୁଭବ

ହସର ସକାଳ

ଭୋକର ପଖାଳ

ତୃପ୍ତିର ସ୍ତବକ

ପ୍ରାପ୍ତିର କୁଞ୍ଜବନ।


ତୁମେ ପ୍ରୀତିର ଯମୁନା

ସଙ୍ଗୀତର ସାତ ସୁର

ନୃତ୍ୟର ମହାନନ୍ଦ

କ୍ରୀଡ଼ାର ଉଛୁଳା ଆନନ୍ଦ।


ତୁମେ

ମୋ ସମ୍ଭାବନାର ସୃଷ୍ଟି

କବିତାର ଶବ୍ଦ

ଗଳ୍ପର ମାଧୁର୍ଯ୍ୟ

ମୋ ଜୀଇଁବାର ରାହା

ତୁମ ବିନା ମୁଁ କିଛି ନୁହେଁ

ମୋର ଅସ୍ତିତ୍ୱ ବି ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance