STORYMIRROR

jagabandhu sahu

Romance

3  

jagabandhu sahu

Romance

ମୁଁ ଆଉ ତୁମେ

ମୁଁ ଆଉ ତୁମେ

1 min
1.1K


ମୁଁ ଜହ୍ନ ହେଲେ ତୁମେ ମୋର ଜୋଛନା

   ମୁଁ ଯେ ନଇ ତୁମେ ପାଣି

ମୋହରି  ଦେହରେ ବହି ଚାଲୁଥିବି

   ଆଗୋ ମୋ ହୃଦୟ ରାଣୀ ।


ତୁମେ ଫୁଲ ହେଲେ ମୁଁ ତୁମର ବାସ୍ନା

    ତୁମେ ଗଛ ମୁଁ ଯେ ଛାଇ

ରହିଛି  ରହିବି ସଦା ତୁମ ପାଖେ

   ମିଳନର ଗୀତ ଗାଇ ।


ମୁଁ ଯେ ଦୀପ ହେଲେ ତୁମେ ମୋ ସଳିତା

    ମୁଁ ଯେ ଘିଅ ତୁମେ ବତୀ

ମୁହିଁ ଯେ ଭ୍ରମର ତୁମେ ଫୁଲ ମୋର

    ରଚୁଥିବା ଦୁହେଁ ପ୍ରୀତି ।


Rate this content
Log in

Similar oriya poem from Romance