STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ଋତୁ

ଋତୁ

1 min
513

କେଇଟି ଋତୁ ଅଛି ବୋଲି ପଚାରିଲି ତୁମକୁ 

ପାକଲା ପାଟିରେ କହିଲା ମୁଁ ଜାଣେ ତମକୁ ।


ମୁଁ କହିଲି ପାଠରେ ପରା ଲେଖା ଅଛି ଛଅ

ବୁଢ଼ୀ ମୋ କହିଲା ସେ ସବୁ ଭୁଲିଟି ଯାଅ ।


ଯୋଉ ଦିନ ବୋହୂ ହେଇ ଆସିଲି ଏ ଘରକୁ 

ଭୁଲି ମୁ ଯାଇଚି ପାଠ ଶାଠ ସହିତେ ନିଜକୁ ।


ମୁଁ ଜାଣେ ଖାଲି ତମକୁ ଆଉ ପ୍ରେମ ଋତୁକୁ

ହଜି ମୁ ଯାଇଛି ନିଜକୁ ଯେବେଠୁଁ ପାଇଚି ତମକୁ ।


ଏତେ କହି ସିଏ ତଡି ଦେଲା ମୋତେ ବାହାରକୁ

ଦେଖିଲା ବେଳକୁ ପୁଅ ବୋହୂ ଆସିଲେଣି ଘରକୁ

ଏବେ ଯାଇ ମୋ ପ୍ରିୟାର ତଡ଼ାଟି ପଶିଲା ମୁଣ୍ଡକୁ ।

      


Rate this content
Log in

Similar oriya poem from Romance