STORYMIRROR

PUSPALATA SAHOO

Romance

4  

PUSPALATA SAHOO

Romance

ଜହ୍ନର ଠିକଣା

ଜହ୍ନର ଠିକଣା

1 min
217


ପ୍ରିୟା ତୁମେ କାହିଁ ଗଲ

ତୁମ ଅନୁପସ୍ଥିତରେ 

ମୁଁ ନିର୍ଜନ ବେଳାରେ 

ସାଥି ହୀନ ଜୀବନରେ 

ଜହ୍ନ କୁ କରିଛି ନିଜର 

ହେଲେ ପାରୁନି ଜାଣି 

କିଏ କହିବ ତାର ଠିକଣା?? 

ତୁମ ବିନା କିଏ ବା ଜାଣିଛି 

ମୋ ମନର ସ୍ୱପ୍ନ ପାରବାର 

ଜହ୍ନ ସାଥେ ତୁମର ତୁଳନା 

କିଏ ବା ଦେବ ତାର ଉପମା 

ଆକାଶ ବୁକୁରେ ରହି 

ଶୀତଳ କିରଣ ପରଶେ 

ହେଲେ ତୁମ ବିନା ଆଜି 

ଦିଶୁଛି ସେ ଫିକା ଫିକା 

ନାହିଁ ତା ମନର ସରାଗ 

ଜହ୍ନ ସାଥେ ଭାବ ପୀରତି 

ସବୁ ଛାଡି ସେ ଆଜି 

ନିଃସଙ୍ଗତା ବୋଧ କରୁଛି 

ଠିକ ମୋରି ପରି....... ॥

ତୁମେ ଆସ ଅବିଳମ୍ବେ 

ଜହ୍ନ ପୁଣି ଥରେ ହସି ଉଠିବ 

ଆକାଶ କୋଳରେ ଥାଇ 

ପ୍ରୀତିରେ ଭରି ଦେବ କଇଁ ର ମନ 

ବତାଇ ଦେବ ମୋତେ ଜହ୍ନ ର ଠିକଣା 

ଦୁହେଁ ମିଶି ଗଢିବା 

ସ୍ୱପ୍ନର ପ୍ରେମ ମନ୍ଦିର 

ଯହିଁ ଥିବ ଆମ 

ସ୍ମୃତିର ପ୍ରୀତି ପରଶ... ॥



Rate this content
Log in