STORYMIRROR

Brundabana Pradhan

Romance

4  

Brundabana Pradhan

Romance

ବର୍ଷା

ବର୍ଷା

1 min
349

କାହା ହିତରେ ଵର୍ଷା ବର୍ଷି ଯାଏ 

ତ କେତେବେଳେ 

 କୂଳ ଳଙ୍ଘନ କରିପକାଏ

କେତେ କେତେ ପରିବାର

ଉଜାଡି ଦେଇ

ଏବେ ଖୁବ୍ ଖୁସିରେ 

ବର୍ଷୁଛି ସାରା ରାତି ସାରା ଦିନ

ସବୁଆଡେ ଜଳମଗ୍ନ 

ମତେ କିଆଁ ଏ ବର୍ଷାକୁ ନେଇ

ପ୍ରଶ୍ନବାଚୀ ସୃଷ୍ଟି ହୁଏ 

ମୋ ମାନସ ପଟରେ 

ସତେ ଯେମିତି 

ବର୍ଷା ମୋର ଅତି 

ଅନ୍ତରଙ୍ଗ ପ୍ରିୟା ଯେ କି

ସାରାରାତି ଅଭିମାନ କରି ବର୍ଷୁଛି 

ସମଗ୍ର ଜଗତକୁ ଭସାଇ ଦେଇ

ଶତ୍ରୁ ଯେସନ ହସୁଛି 

ବର୍ଷା ଏବେ ଖୁବ୍ ଜୋରରେ ବର୍ଷୁଛି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance