STORYMIRROR

Ashisa Kumar Das

Romance

3  

Ashisa Kumar Das

Romance

ମନର ମାନସୀ

ମନର ମାନସୀ

1 min
631

ବରଷା ବରଷେ ଝିମି ଝୀମି ସୁରେ

ଭିଜା ଭିଜା ଶ୍ରାବଣରେ

କାହା ଲାଗି ଆଜି ହୃଦୟଟା ଝୁରେ

ମନ ରେଖା ନଦୀ ତୀରେ ।


ତନୁ ମନୁ ସବୁ ପ୍ରେମେ ଭିଯିଯାଏ

ମନର ମାନସୀ ପାଇଁ

ଭାବନା ମୋହର ସତକି ହୋଇବ

ଆସିବ କି ସିଏ ଧାଇଁ ।


ଇନ୍ଦ୍ରଧନୁ ଆଜି ତୋରଣ ସାଜିଛି

ବିଜୁଳି ଆଲୋକ ନେଇ

ଶଙ୍ଖ ନାଦ କରେ ଘଡ଼ ଘଡି ଆଜି

ପାଖେ ବାଦଲକୁ ପାଇ। 


ପବନ ଆସିଛି ଶାନ୍ତି ଦୂତ ହୋଇ

ବାରତା ସାଥିରେ ନେଇ

କାନେ କହି ଦେଇ ମନ କୁ ହସେଇ

ଯାଇଛି ଖବର ଦେଇ ।


ସଜବାଜ ହୋଇ ସଭିଙ୍କୁ ହସାଇ

ଓଢଣା , ଅଳତା ନେଇ

ମେଘ ସବାରୀରେ ଆସିବ କି ସିଏ

ମଥାରେ ସିନ୍ଦୂର ନାଇ ।‌‌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance