ପ୍ରତିଶୋଧ
ପ୍ରତିଶୋଧ
ପ୍ରତିଟି ମୁହୂର୍ତ୍ତରେ ଭାବିବସୁ
ଜଳିବସୁ ଠିକ୍ ଶତ୍ରୁ ପରି
ଅଥଚ ଜାଣିପାରେ ନାହିଁ ମୁହିଁ
ଦିନ କାଟେ ତୋ ମୁହଁକୁ ଚାହିଁ।
ମୁଁ ତୋ ମନର ଗଭୀରତା
ପାରିନାହିଁ ମାପ କରି
ପ୍ରତିଶୋଧର ବହ୍ନି ଏକା
ରଖିଛୁ ତୁ ସାଇତି କରି।
ମନର ପ୍ରେୟଶି ଗୋ
କ'ଣ କରିଛି ମୁଁ ଅପରାଧ
ଯେ ଆଜି ତୁଚ୍ଛା ରେ ନେଇ
ଚାଳୁଛ ଗୋ ତୁମେ ପ୍ରତିଶୋଧ।